SUNSTARTV
ନୂଆପଡ଼ା: ନିର୍ବାଚନ ନିକଟତର ହେଉଥିବା ବେଳେ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ପୂର୍ବରୁ ବିଜେଡି ବିଜେପି ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ତାର ବିଧାନ ସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ । ଯାହାଫଳରେ ନିର୍ବାଚନ ରୋଚକ ହେବ ବୋଲି ରାଜନୀତି ସମୀକ୍ଷକ ମାନେ ଆଲୋଚନା କରୁଛନ୍ତି ।
କଂଗ୍ରେସ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପାଇଁ ଦଳିତ ଅଧିକାର ମଞ୍ଚ ନୂଆପଡ଼ାର ସଭାପତି ତଥା କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କୁ ନାମ ଘୋଷଣା ହୋଇଛି। ତାଙ୍କ ନାମ ଘୋଷଣା ପରେ କଂଗ୍ରେସ କର୍ମୀ ଓ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀଯୁକ୍ତ ତାଣ୍ଡି ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମେତ ସମସ୍ତ ବରିଷ୍ଠ କର୍ମକର୍ତ୍ତାଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ ପୂର୍ବକ ଖଡ଼ିଆଳ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଲୋକଙ୍କ ସହଯୋଗ ଲୋଡିବେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି ।ସେ ଶାସକ ଦଳରେ ଯୋଗ ଡାବପରେ ବିଜେଡ଼ି ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ସହ ଅଧିକାଂଶ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗ ଦେଇଥିବା ବେଳେ ପୁରୁଖା କର୍ମୀ ମାନେ କମଳ ଚରଣ ତାଣ୍ଡିଙ୍କ ସହ ରହିଛନ୍ତି। ସେହିପରି ପୂର୍ବରୁ ବିଜେପି ହିତେଶ କୁମାର ବଗର୍ତ୍ତିଙ୍କୁ ନିଜ ପ୍ରାର୍ଥୀ ଭାବରେ ଘୋଷଣା କରିଛି।ତେବେ କଂଗ୍ରେସ ନୂଆପଡାରେ ଜିଲ୍ଲା ଖଡ଼ିଆଳ ନିର୍ବାଚନ ପାଇଁ ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ଏଥର ନୂଆପଡାରେ ନିର୍ବାଚନ ରୋଚକ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।