SunStarTV
ପୁଣି ଥରେ ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। ଆଜିଠୁ ବଢ଼ିବ ଖରା । ୬ ରୁ ୮ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଆସନ୍ତାକାଲି ୫ ଜିଲ୍ଲା ଓ ୧୫ରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ହିଟ୍ୱେଭ୍ ୱାର୍ଣ୍ଣିଂ । ମୁଣ୍ଡ ଫଟା ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ଫଳରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୪ ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୧୪ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରାଯାଇଛି।
ତେବେ ଆଜି ମଧ୍ୟ ଓଡ଼ିଶାରେ କିଛି ଜିଲ୍ଲା ବର୍ଷା ହୋଇପାରେ । ଆସନ୍ତାକାଲି ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ପୁଣି ଗୋଟିଏ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏଥିପାଇଁ ପ୍ରଥମେ ୧୪ ତାରିଖ ରାତିରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବା ବେଳେ ୧୫ ତାରିଖରୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ୧୪ ରାତିରେ କଟକ ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।ସେହିପରି, ୧୫ ତାରିଖରୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ସ୍ଥିତି ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।