SUNSTARTV
ଭୁବନେଶ୍ୱର:୧୯୪୮ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏ ସହର,ଆଜି ୭୫ ବର୍ଷ ଅତିକ୍ରମ କରିଛି । ଆଉ ସେ ସହର ନା ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଯିଏକି ଏତିକି ସମୟ ମଧ୍ୟରେ ୪୨୨ ବର୍ଗ କିମି ଅଞ୍ଚଳରେ ନିଜ କାୟା ବିସ୍ତାର କରିସାରିଛି। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ୱା ଯାତ୍ରା ଭିତରେ ବଦଳିଛି ଅନେକ କିଛି। ରିକ୍ସା ଠାରୁ ଅତ୍ୟାଧୁନୀକ ଗମନାଗମନର ସୁବିଧା, ମାଟି ରାସ୍ତାରୁ ସୁଦୀର୍ଘ ରାଜପଥ , ଗୋଟିଏ ଟର୍ମିନାଲ ବିମାନ ବନ୍ଦରରୁ ଆନ୍ତର୍ଜାତୀୟ ବିମାନ ବନ୍ଦର। ୭୫ ବର୍ଷର ଏ ଲମ୍ୱା ଯାତ୍ରାରେ ଅନେକ ସ୍ୱପ୍ନ ପୁରଣ ହୋଇଛି ଆଉ ଅନେକ ସ୍ୱପ୍ନ ଏବେବି ବାକି ଅଛି।
କିଛି ସରକାରୀ ଅଫିସ୍ ଏବଂ କ୍ୱାଟର୍ସରୁ ଆସି ସୁଉଚ୍ଚ ଅଟ୍ଟାଳିକା ସାରା ରାଜଧାନୀର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ଆଶାକୁ ବିଶ୍ୱସରେ ରୂପାନ୍ତରୀତ କରିଛି। ଓଡିଶାର ରାଜଧାନୀ ଭୁବନେଶ୍ୱର ଆଜି ନିଜକୁ ବିଭିନ୍ନ କ୍ଷେତ୍ରରେ ବେସ୍ ପ୍ରତିଷ୍ଠା କରିସାରିଛି। କ୍ରୀଡାରୁ ଆରମ୍ଭ କରି ପୂର୍ବ ଭାରତର ଆଇଟି ଏବଂ ଶିଳ୍ପ ହବ୍ ଭାବେ ପରିଗଣିତ ହେବାକୁ ଯାଉଛି ଆମ ରାଜଧାନୀ ଭୁବନେଶ୍ୱର। କଳା, ସଂସ୍କୃତି, ପରଂପରା,ସାହିତ୍ୟ, ସଂଗୀତ ନୃତ୍ୟ କ୍ଷେତ୍ରରେ ଭୁବନେଶ୍ୱର ସାରା ଦେଶରେ ଖୁବ୍ କ୍ରୀୟାଶୀଳ। ପରିବହନ , ଯୋଗାଯୋଗ , ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ ସୁରକ୍ଷା, ସ୍ୱଚ୍ଛତା ଆଦି ବିଭିନ୍ନ କ୍ଷେତ୍ରରେ କିଛି କମ୍ ନାହିଁ ଆମ ରାଜଧାନୀ। କେବଳ ଏଠାକାର ପୂର୍ବ ବାସିନ୍ଧା ନୁହଁନ୍ତି ରାଜ୍ୟ ତଥା ଦେଶ ବିଦେଶର ଅନେକ ଅଞ୍ଚଳରୁ ଲୋକେ ଆସି ଏଠାରେ ବସବାସ କରୁଛନ୍ତି ଆଉ ଖୁସିରେ କହୁଛନ୍ତି ଆମ ଭୁବନେଶ୍ୱର ଆମେ ଭୁବନେଶ୍ୱରୀଆ।