Sunstar TV
ଭୁବନେଶ୍ୱର : ଜୀବନ ର ଅନୁଭବକୁ ଶବ୍ଦ ସଂଯୋଜନା ମାଧ୍ୟମରେ ଗୀତ ଓ ସଂଗୀତରେ ପରିଣତ କରି ଲୋକଙ୍କ ପାଖେ ସୁମଧୁର ଶ୍ରୁତି ସାଧନ ମାଧ୍ୟ୍ୟମରେ ସୋମ୍ୟ ରଞ୍ଜନ ଦାଶ ଉପସ୍ଥାପନା କରି ପାରିଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୂଷାଡ଼ିଆ ଗ୍ରାମର ଜଣେ ମଧ୍ୟବିତ୍ତ ପରିବାର ର ମଣିଷ ଟିଏ, କିନ୍ତୁ ଆଶା ତାଙ୍କର ଅସୀମ । ଯୁବାବସ୍ଥାରେ ସଂଗୀତ ପ୍ରତି ମୋହ ରଖିଥିବା ସୋମ୍ୟ ନିଜ ପ୍ରଚେଷ୍ଟା ବଳରେ ସ୍ଥାନୀୟ ଗ୍ରାମାଞ୍ଚଳରେ କବିତା ଆସର ଓ ସଂଗୀତ ଆସର ରେ ଯୋଗ ଦେଇ ନିଜ ପ୍ରତିଭା ପ୍ରଦର୍ଶିତ କରି ଆସୁଥିଲେ । କଲେଜ କ୍ୟାରିୟରରୁ ସୋମ୍ୟଙ୍କର ସାହିତ୍ୟ ପ୍ରତି ରୁଚି ବଢିଥିଲା । ସାହିତ୍ୟର ମାଧୁର୍ଯ୍ୟତାକୁ ସଂଗୀତର ରୁପ ଦେବାପାଇଁ ସୋମ୍ୟ ଓଡ଼ିଆ ସଂଗୀତ ଜଗତ ର ଅନେକ ନାମୀ ଦାମୀ ଗୀତିକାରଙ୍କ ଗୀତ ଶୁଣି ଶିକ୍ଷା ଲାଭ କରିଥିଲେ ଓ ଅନୁପ୍ରାଣିତ ହୋଇଥିଲେ । ତା’ ପରେ ସୋମ୍ୟଙ୍କ କଲମ ମୁଁନରେ ଅଙ୍କା ହେଲା ଅନେକ ପଦ୍ୟାଂସ ଆଉ ତାଙ୍କ ମନ କରୁଥିଲା ସ୍ୱର ସଂଯୋଜନା । ହେଲେ ଅପେକ୍ଷା ଥିଲା କେବଳ ସୁଯୋଗକୁ, ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ସୋମ୍ୟଙ୍କ ପ୍ରତିଭା ଆପେ ଆପେ ଅନ୍ୱେଷଣ ହୋଇଗଲା । ସୋମ୍ୟ ସୁଯୋଗ ପାଇଲେ ଇୟୁଟୁବ ଆଲବମ ଗୀତ ଲେଖିବା ପାଈଁ ମନ ବଳାଇଥିଲେ । ଆଉ ବଦଳି ଗଲା ସୋମ୍ୟଙ୍କ ଜୀବନ ରେଖା । ପ୍ରକୃତରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସୋମ୍ୟଙ୍କୁ ଏକ ନୂଆ ପରିଚୟ ଦେବା ସହ ସ୍ୱାବଲମ୍ବୀ କରାଇ ପାରିଛି ।