Sunstar Tv
Eid Mubarak: ଆଜି ହେଉଛି ପବିତ୍ର ଇଦୁଲ ଫିତର। ଉପବାସର ମାସ ରାମଜାନ ମାସ ହେବା ସହ ଆଜି ପାଳନ ହେଉ ଥିବା ଏହି ପବିତ୍ର ଦିବସକୁ ନେଇ ଦେଶ ସାରା ଉତ୍ସବର ମାହୋଲ।
ଭାଇଚାରାର ସହର କଟକରେ ମଧ୍ୟ ଇଦୁଲ ଫିତର ବା ଇଦର ଉତ୍ସହ ଦେଖିବାକୁ ମିଳିଛି। ଏହି ଅବସରରେ କଟକ ସହରର ବିଭିନ୍ନ ମସଜିଦରେ ସ୍ୱତନ୍ତ୍ର ନମାଜ ପାଠର ବ୍ୟବସ୍ଥା ହୋଇଛି।
ଧର୍ମଗୁରୁ ଇଦୁଲ୍ ଫିତର ନମାଜ ପାଠ କରାଇ ଉପସ୍ଥିତ ସଭାସଜନ ମଣ୍ଡଳୀଙ୍କୁ ବିଶ୍ୱଶାନ୍ତି, ଭାଇଚାରା, ମାନବ କଲ୍ୟାଣ କାର୍ଯ୍ୟ କରିବା ତଥା ଦେଶରେ ଏକତା, ଅଖଣ୍ଡତା କାୟମ କରିବା କ୍ଷେତ୍ରରେ ଶାସକଙ୍କ ସହ ସହଯୋଗ କରିବାର ଉପଦେଶ ଦେଇଥାନ୍ତି।
ଇଦ୍ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକମାନେ ମସଜିଦ ଯାଇ ନମାଜ ପାଠ କରୁଛନ୍ତି। ଏହି ଅବସରରେ ଦିଲ୍ଲୀର ଜାମା ମସଜିଦ ଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଛନ୍ତି। ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ରେ ଅଭିନନ୍ଦନ ଜଣାଇଥିବାର ନଜର ଆସିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ପୂରା ଉତ୍ସାହର ସହିତ ଇଦ୍ ପର୍ବ ପାଳନ କରାଯାଏ। ଜାମ୍ମୁ କାଶ୍ମୀରରୁ ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟ ପର୍ଯ୍ୟନ୍ତ ଏହି ଉତ୍ସବ ଜୋରସୋରରେ ଚାଲିଛି।
ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି
ଏହାପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁର୍ମୁ କହିଛନ୍ତି, ‘‘ଏକତା ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରୁଥିବା ଏହି ପର୍ବ ଆମକୁ କ୍ଷମା ଏବଂ ଦାନ ମଧ୍ୟ ଶିଖାଏ। ଇଦ୍ ହେଉଛି ଗରିବ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ସହିତ ସୁଖ ବାଣ୍ଟିବା ପାଇଁ ଏକ ସୁଯୋଗ। ଏହି ପର୍ବ ଆମକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଏବଂ ସମାଜର ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଏ।’’
ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଆହୁରି ମଧ୍ୟ କହିଛନ୍ତି, ‘‘ଆସନ୍ତୁ ପବିତ୍ର ଇଦ୍ ପର୍ବରେ ପ୍ରେମ, କରୁଣା ଏବଂ ପରୋପକାରର ମାନବୀୟ ଆଦର୍ଶ ବିସ୍ତାର କରିବା।’’
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ଇଦ୍ ପାଇଁ ଶୁଭେଚ୍ଛା। ମୁଁ ଇଚ୍ଛା କରେ ଯେ ଏହି ଉତ୍ସବ ଦୟା, ଏକତା ଏବଂ ଶାନ୍ତିର ଆତ୍ମାକୁ ଆହୁରି ବିସ୍ତାର କରୁ। ସମସ୍ତେ ଖୁସି ଏବଂ ସୁସ୍ଥ ହୁଅନ୍ତୁ। ଇଦ୍ ମୁବାରଖ।’’