Sunstar TV
ଭୁବନେଶ୍ୱର : ନୂଆ କରି ଆସିଛି ଭିକ୍ଟିମ୍ ଲୋକେଶନ କ୍ୟାମେରା । ଏଣିକି ପାଣିରେ ବୁଡ଼ିଯାଉଥିବା ଲୋକକୁ ସହଜରେ ଅଗ୍ନିଶମ ବାହିନୀ ଖୋଜି ପାରିବ । ଭିକ୍ଟିମ୍ ଲୋକେଶନ କ୍ୟାମେରା ଯାହା ସାହାଯ୍ୟରେ ୨୦ ରୁ ୨୫ ଫୁଟ୍ ଗଭୀର ଜଳରାଶି ମଧ୍ୟରୁ ବୁଡ଼ି ଯାଇଥିବା ବ୍ୟକ୍ତିକୁ ଖୋଜି ବାହାର କରିଦେବ । ସେହିଭଳି ଧୂଆଁମୟ ପରିବେଶରେ ଅଗ୍ନିଶମ ବାହିନୀକୁ ସହଯୋଗ କରିବ ସ୍ମୋକ କ୍ୟାମେରା । ତେବେ ଏହି କ୍ୟାମେରାର ଷ୍ଟିକ୍ ବେଶ୍ ବଡ ଯାହା ଅଗ୍ନିଶମ ବାହିନୀକୁ ସହଯୋଗ କରିବ । ପ୍ରଥମ କରି କଟକ ଅଗ୍ନିଶମ ବାହିନୀ ପାଖକୁ ଆସିଲା victim location କ୍ୟାମେରା ଏବଂ Smoke କ୍ୟାମେରା । ଗଭୀର ଜଳରାଶି ହେଉ ଅବା ନିଆଁ ଲାଗିଯାଇଥିବା ସ୍ଥାନ ଏବେ ଏହି ଦୁଇ କ୍ୟାମେରା ଦେଖାଇବେ ନିଜ ନିଜର ଦକ୍ଷତା । ତେବେ victim location କ୍ୟାମେରା ଗତ ଦୁଇଦିନ ତଳୁ ତା’ର କମାଲ ଦେଖାଇ ସାରିଛି । କଟକ ତୁଳସୀପୁର ହାତୀଗଡା ଠାରେ ଜେଜେଙ୍କ ଦଶାହ କର୍ମରେ ଜଣେ ଏକୋଇଶି ବର୍ଷୀୟ ଯୁବକଙ୍କ ଜୀବନ ଯାଇଥିଲା । ଆଉ ତତ୍ କ୍ଷଣାତ୍ ଅଗ୍ନିଶମ ବାହିନୀ ପହଞ୍ଚି ୨୦ ରୁ ୨୫ ଫୁଟ୍ ଗଭୀର ଜଳରାଶିରେ victim location କ୍ୟାମେରା ସାହାଯ୍ୟରେ ଯୁବକଙ୍କ ମୃତଦେହ ଖୁବଶୀଘ୍ର ଉଦ୍ଧାର କରିଥିଲା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଚାରୋଟି ସ୍ଥାନରେ ହାତୀଗଡ଼ା, ବାରଙ୍ଗ, ସୁନ୍ଦରଗଡ଼ ଆଦି ଜାଗାରେ victim location କ୍ୟାମେରା ତା’ର କାର୍ଯ୍ୟ ସଠିକ୍ ଭାବରେ ନିର୍ବାହ କରିସାରିଛି । victim location କ୍ୟାମେରାକୁ ଅପରେଟ କରୁଥିବା କଟକ ଫାୟାର ଷ୍ଟେସନର କର୍ମଚାରୀ ଧିରେନ୍ କୁମାର ବାରିକ୍ କୁହନ୍ତି victim location କ୍ୟାମେରା କୁ ଚାରୋଟି ସ୍ଥାନରେ ବ୍ୟବହାର କରି ମୁଁ ସଫଳତା ହାସଲ କରିଚି । ଏହି କ୍ୟାମେରା ସ୍ଥିର ପାଣିରେ ଭଲ କାର୍ଯ୍ୟ କରୁଥିବା ବେଳେ ବହି ଯାଉଥିବା ପାଣିରେ କ୍ୟାମେରା ଟିକେ invisible ହେଉଚି । ତେବେ victim location କ୍ୟାମେରା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇଥିବା ବେଳେ smoke କ୍ୟାମେରା ଏବେ ପର୍ଯ୍ୟନ୍ତ ଆବଶ୍ୟକ ପଡ଼ିନାହିଁ । ଆବଶ୍ୟକ ପଡ଼ିଲେ ଏହି Smoke କ୍ୟାମେରା ବି ଆମକୁ ବେଶ୍ ସହାୟ ହେବ । victim location କ୍ୟାମେରା ସଫଳତା ହାସଲ କରି ସାରିଥିବା ବେଳେ Smoke କ୍ୟାମେରା ଆଗାମୀ କେତେ ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।