Sunstar TV
ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଲାଗି ଏରସମା ପୋଲିସ ପକ୍ଷରୁ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଜୋରଦାର ଫ୍ଲାଗ ମାର୍ଚ୍ଚ ହୋଇଛି । ଏମିତି କି ପ୍ରଥମ ପର୍ଯ୍ୟାୟରେ ଏରସମା ବଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ଗୋଡା ବଜାରରେଫ୍ଲାଗ ମାର୍ଚ୍ଚହୋଇଛି । ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷ ଅଧ୍ୟକ୍ଷକ ଚିନ୍ମୟ ରାଉତ ଏବଂ ଏରସମା ଥାନା ଆଇ ଆଇ ସି ନିରଞ୍ଜନ ଦାସଙ୍କ ନେତୃତ୍ୱ ରେ ଏରସମା ବଜାର ପରିସର ରେ ୭ ପ୍ଲାଟୁନ ପୋଲିସ ଫୋର୍ସ ବଜାର ଓ ଗ୍ରାମାଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଧାରଣ ଜନତା ଙ୍କ ସହିତ ପୋଲିସ ସବୁବେଳେ ରହିଥିବାର ବିଶ୍ଵାସ ଏହି ଫ୍ଲାଗ ମାର୍ଚ୍ଚର ମୂଳ ଲକ୍ଷ ବୋଲି ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷ ଅଧ୍ୟକ୍ଷକ ଚିନ୍ମୟ ରାଉତ ପ୍ରକାଶ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣରେ ରଖିବା ପାଇଁ ଏରସମା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ ଚେକ୍ ପୋଷ୍ଟ କରାଯାଇ ଯାନ ବାହନ କଡ଼ା କଡି ଭାବେ ଯାଞ୍ଚ କରାଯାଉଛି । ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗେଇବା ପାଇଁ ପୋଲିସ ପକ୍ଷରୁ କଡ଼ାପଦକ୍ଷେପ ମାନ ନିଆଯାଉଛି। ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉ ଥିବାର ସୂଚନା ମିଳୁଛି ।