ନିର୍ବାଚନ ପାଇଁ ବିଜେଡି ଗଠନ କରିଛି ଇସ୍ତାହାର କମିଟି । ଏହି କମିଟିରେ ୩୮ ଜଣ ସଦସ୍ୟଙ୍କ ନାଁ ରହିଛି । ତେବେ ସାଂସଦ ଚନ୍ଦ୍ରଶେଖର ସାହୁ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୬ ଜଣଙ୍କୁ ସହ – ଅଧ୍ୟକ୍ଷର ମିଳିଛି ଦାୟିତ୍ୱ । ସେହିପରି ଅମର ପଟ୍ଟନାୟକ ଅବାହକ ଏବଂ ଡ. ସସ୍ମିତ ପାତ୍ର ସହ- ଆବାହକର ଦାୟିତ୍ୱ ତୁଲାଇବେ । ଅନ୍ୟପକ୍ଷେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି , ମଙ୍ଗଳା କିଷାନ,ପଦ୍ମନାଭ ବେହେରା ଓ କସ୍ତୁରି ମହାପାତ୍ର ସହ ଉପାଧ୍ୟକ୍ଷ ପଦରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ୩ ପ୍ରବାସୀ ଓଡିଶା ବିଶେଷଜ୍ଞ ଭାବେ ସୁକାନ୍ତ ମହାପାତ୍ର, ସ୍ୱପ୍ନେନ୍ଦୁ ମହାନ୍ତି, ଏବଂ ଅମିୟ ମିଶ୍ରଙ୍କୁ ମିଳିଛି ଦାୟିତ୍ୱ ।
ଅତନୁ ସବ୍ୟସାଚୀ ନାୟକ, ଅଚ୍ୟୁତାନନ୍ଦ ସାମନ୍ତ ,ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ତନ୍ମୟ ସ୍ବାଇଁ, ସଞ୍ଜୟ କୁମାର ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ , ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ ଚିରଞ୍ଜୀବ ବିଶ୍ବାଳ, ସୁବାସ ସିଂ, ବ୍ୟୋମକେଶ ରାୟ ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଏସ.କେ. ନିଜାମୁଦ୍ଦିନ- ସଦସ୍ୟ, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ ମହାନ୍ତି ସଦସ୍ୟ, ପଙ୍କିଜିନୀ ମଙ୍ଗରାଜ, ମାମିନା ନାୟକ ଏବଂ କିଶୋର ଦେବତା ଏହି ନିର୍ବାଚନୀ ଇସ୍ତାହାର କିମଟିରେ ସଦସ୍ୟ ପଦରେ ରହିଛନ୍ତି ।