SUNSTARTV
HINDUNEWYEAR:ଆଜି ସାରା ଦେଶବାସୀ ହିନ୍ଦୁ ନବବର୍ଷ ପାଳନ କରୁଛନ୍ତି । ଚୈତ୍ର ମାସର ପ୍ରଥମ ଦିନକୁ ନବ ବର୍ଷ ଭାବେ ପାଳନ କରାଯାଏ । ଏହି ନବ ବର୍ଷ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ପାଳନ ହେଉଛି । ତେଲେଙ୍ଗାନାରେ ଉଗାଡି ଭାବେ ପାଳନ କରାଯାଉଥିବାବେଳେ ପଞ୍ଜାବରେ ବୈସାଖୀ….ସେହିପରି ସିନ୍ଧି କମ୍ୟୁନିଟିର ଚେତି ଚାନ୍ଦ, ମହାରାଷ୍ଟ୍ରର ଗୁଡି ପଡଓ୍ବା, ପର୍ବ ଭାବେ ପାଳନ କରାଯାଏ ।
ଏ ବାବଦରେ କିଛି ତଥ୍ୟ ଚାଲନ୍ତୁ ଜାଣିବା…
ଉଗାଡି : ତେଲୁଗୁ ଓ କନ୍ନଡ଼ ନବ ବର୍ଷକୁ ଉଗାଡି କୁହାଯାଏ । ଉଗାଡି ଏକ ସଂସ୍କୃତ ଶବ୍ଦ ଏହାର ଅର୍ଥ ବର୍ଷର ଆରମ୍ଭ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମାର୍ଚ୍ଚ ବା ଏପ୍ରିଲରେ ଏହା ପାଳିତ ହୁଏ । ଉଗାଡି ନବ ବର୍ଷର ପ୍ରଥମ ମାସ ଚୈତ୍ର ।
ଗୁଡୀ ପଡୱା : ମରାଠାମାନେ ମଧ୍ୟ ଚୈତ୍ର ଶୁକ୍ଳ ପ୍ରତିପଦାରେ ନବ ବର୍ଷ ପାଳନ କରନ୍ତି । ଏହା ଗୁଡୀ ପଡ଼ୱା ଭାବେ ପ୍ରସିଦ୍ଧ । ଗୁଡୀର ଅର୍ଥ ବିଜୟ ପତାକା ଏବଂ ପଡ଼ୱାର ଅର୍ଥ ପ୍ରଥମ ଦିନ ବା ପ୍ରତିପଦା । ଛତ୍ରପତି ଶିୱାଜୀ ବିଜୟ ଧୂଜା ଉଡାଣ ପରମ୍ପରା ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶରେ ଏହା “ଗୁଡ଼ି ପର୍ବ” ରୂପେ ପାଳିତ ହୁଏ । ଏହା ଚୈତ୍ର ମାସର ପ୍ରଥମ ଦିନ ହୋଇଥାଏ । ତାମିଲ ନବବର୍ଷ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ ।
ଚେତି ଚାନ୍ଦ : ଭାରତ ଓ ପାକିସ୍ତାନରେ ବାସ କରୁଥିବା ସିନ୍ଧୀମାନେ ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିନ ନବ ବର୍ଷ ପାଳନ କରନ୍ତି । ସିନ୍ଧୀ ନବ ବର୍ଷ ଚେତି ଚାନ୍ଦ ଭାବେ ପ୍ରସିଦ୍ଧ । ଏହାକୁ ସିନ୍ଧୀମାନଙ୍କର ଇଷ୍ଟ ଦେବତା ଝୁଲେଲାଲଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ତେବେ ଚେତି ଚାନ୍ଦ, ଉଗାଡୀ ଏବଂ ଗୁଡ଼ି ପର୍ବ ଗୋଟିଏ ଦିନରେ ପାଳିତ ହୁଏ ।
ଚୈରୁବା : ମଣିପୁରୀ ନବ ବର୍ଷ ଚୈରୁବା ଏପ୍ରିଲ ୧୪ ରେ ପାଳିତ ହୁଏ ।
ବୈଶାଖୀ : ପଞ୍ଜାବରେ ନୂଆବର୍ଷ “ବୈଶାଖୀ” ନାମରେ ୧୩ ଏପ୍ରିଲରେ ପାଳନ କରାଯାଏ । “ଶିଖ” ନାନକ ଶାହୀ କ୍ୟାଲେଣ୍ଡର ଅନୁସାରେ ୧୪ ମାର୍ଚ୍ଚରେ ହୋଲା ମୋହଲ୍ଲା ନୂଆବର୍ଷ ହୋଇଥାଏ । ଏହି ତିଥି ପାଖାପାଖି ବଙ୍ଗାଳୀ ତଥା ତାମିଲ ନବବର୍ଷ ମଧ୍ୟ ଆସିଥାଏ ।
ବିଷୁବ ସଂକ୍ରାନ୍ତି : ଏହା ଓଡ଼ିଆ ନବବର୍ଷ । ଯାହା ଏପ୍ରିଲ ୧୪ରେ ପାଳିତ ହୁଏ ।