SUNSTARTV
ଆନ୍ଧ୍ରପ୍ରଦେଶ:ଚଳିତ ବର୍ଷ ଏପ୍ରିଲ ୧୯ରୁ ଆରମ୍ଭ ହେବ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଏନେଇ ଦୁଲୁକୁଛି ନିର୍ବାଚନ ମୈଦାନ । ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତା ମନ୍ତ୍ରୀ ମାନେ ଆପଣାଉଛନ୍ତି ରଣନୀତି । କିଏ ଡବଲ ଇଞ୍ଜିନ କଥା କହୁଛି ତ ଆଉ କିଏ କହୁଛି ୯ ଗ୍ୟାରେଣ୍ଟି କଥା । ପୁଣି କିଏ ଦେଉଛି ପୁଳା ପୁଳା ପ୍ରତିଶୃତି । ତେବେ ଏହାରି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ଏକ ନିଆରା ଏବଂ ଭିନ୍ନ ପ୍ରତିଶୃତି ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟ ଭୋଟରଙ୍କୁ ଦେଖାଇଛନ୍ତି ଲୋଭ । ସେ ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମରେ ଏକ ସଭାକୁ ସମ୍ବୋଧନ କରିଥିଲେ । ସେଠାରେ ସେ ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଯାହକି ବର୍ତ୍ତମାନ ରାଜନୈତିକ ମହଲରେ ଏକ ଚହଳ ସୃଷ୍ଟି କରିଛି । ତେବେ ଶ୍ରୀଯୁକ୍ତ ନାଇଡୁ କହିଥିଲେ , ଚଳିତ ଥର ନିର୍ବାଚନ ଜିତିଲେ ଅର୍ଥାତ ୪୦ ଦିନ ପରେ କମ୍ ଦାମ୍ରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ । ତେବେ ମୋର ସାନ ଭାଇମାନେ ମଦ ଦାମ କମ୍ କରିବାକୁ ଦାବି କରିଥିଲେ । ତେଣୁ ନିର୍ବାଚନ ପରେ ମଦ ଦାମ କମାଇବା ପାଇଁ ମୁଁ ଚେଷ୍ଟା କରିବି ।
ଏହା ବ୍ୟତୀତ ଚନ୍ଦ୍ରବାବୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ତାଙ୍କ ଦଳ ଓ୍ୱାଆର୍ଏସ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ସେ ଜଗନ୍ନ ମୋହନ୍ନ ରେଡ୍ଡୀଙ୍କୁ ଟାର୍ଗେଟ୍ କରି , ୨୦୧୯ରେ ଦକ୍ଷିଣର ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା କଥା କହିଛନ୍ତି । ତେବେ ମଦ ସହିତ ଦିନକୁ ଦିନ ପ୍ରତ୍ୟେକ ଜିନିଷର ଦରଦାମ୍ ମଧ୍ୟ ବୃଦ୍ଧି ପାଇବାର ଲାଗିଛି । ଯାହା ସିଧାସଳଖ ସରକାରଙ୍କ ପକେଟକୁ ଯାଉଛି । ଫଳରେ ଚଳତ ନିର୍ବାଚନରେ ଭୋଟରମାନଙ୍କୁ ଏହିପରି କିଛି କହି ଚନ୍ଦ୍ରବାବୁ ନିଜ ନିକଟକୁ ଟାଣିବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।