SUNSTARTV
ନୂଆଦିଲ୍ଲୀ:ନାନକମାତା ଗୁରୁଦ୍ୱାରର କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କ ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଅମୃତଜିତ ସିଂଙ୍କୁ ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡ ଏସଟିଏଫ ଏବଂ ହରିଦ୍ୱାର ପୋଲିସ ଏନକାଉଣ୍ଟର କରିଛି। ନାନକମାତା ସାହି ଗୁରୁଦ୍ୱାର ହେଉଛି, ରାଜ୍ୟର ଉଦାମ ସିଂ ନଗର ଜିଲ୍ଲା ସ୍ଥିତ ରୁଦ୍ରପୁର-ତାନକପୁର ମାର୍ଗରେ ଅବସ୍ଥିତ ଏକ ପ୍ରସିଦ୍ଧ ଶିଖ୍ ମନ୍ଦିର।ତେବେ ଏହାର ମୁଖ୍ୟ ବାବାଙ୍କୁ ଏମିତି ନିର୍ବାଚନ ସମୟରେ ହତ୍ୟା କରିବା ସାରା ରାଜ୍ୟରେ ଚହଳ ପକାଇଛି।
ଉତ୍ତରପ୍ରଦେଶ ଡିଜିପି ଅଭିନାଭ କୁମାର କହିଛନ୍ତି ଯେ ବାବାଙ୍କ ହତ୍ୟାକୁ ରାଜ୍ୟ ପୋଲିସ ଏକ ଆହ୍ୱାନ୍ ଭାବରେ ଗ୍ରହଣ କରିଛି ଏବଂ ଏସଟିଏଫ ଏବଂ ପୋଲିସ ଉଭୟ ହତ୍ୟାକାରୀଙ୍କୁ ଖୋଜୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେମାନେ ଉତ୍ତରାଖଣ୍ଡରେ ଏପରି ଜଘନ୍ୟ ଅପରାଧ କରନ୍ତି ତେବେ ପୋଲିସ ସେମାନଙ୍କ ସହ କଡା ଆଭିମୁଖ୍ୟ ଗ୍ରହଣ କରିବ । ପୋଲିସ ଏହା ମଧ୍ୟ କହିଛି ଯେ ଅମରଜିତ ସିଂ ଓରଫ୍ ବିଟୁଙ୍କ ବିରୋଧରେ ୧୬ ରୁ ଅଧିକ ମାମଲା ରୁଜୁ ହୋଇଛି।
ମାର୍ଚ୍ଚ ୨୮ରେ, ଦୁଇଜଣ ବାଇକ୍ ଚାଳକ ନାନକମତ୍ତା ଗୁରୁଦ୍ୱାର କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କୁ ତାଙ୍କ ‘ଡେରା’ ଭିତରେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ସିଂଙ୍କୁ ଖାତିମା ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରତ୍ୟକ୍ଷଦର୍ଶୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ମୋଟରସାଇକେଲରେ ଥିବା ଲୋକମାନେ ଡେରାର ଖୋଲା ଫାଟକ ଭିତରକୁ ପ୍ରବେଶ କରି ଭିତର ଚେୟାରରେ ବସିଥିବା ତାରସେମ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ।
ଏହି ଜଘନ୍ୟ ଅପରାଧର ଦୁଇ ଦିନ ପରେ ହତ୍ୟା ଘଟଣାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ସମେତ ପାଞ୍ଚ ଜଣଙ୍କୁ ବୁକ୍ କରାଯାଇଥିଲା । ଏଫଆଇଆରରେ ନାମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ଆକ୍ରମଣକାରୀ – ସରବଜିତ ସିଂ ଏବଂ ଅମରଜିତ ସିଂ – ନାନକମାତା ଗୁରୁଦ୍ୱାର ପ୍ରଭାକ କମିଟିର ମୁଖ୍ୟ ଥିବା ବାବା ଅନୁପ ସିଂ ଏବଂ ଆଞ୍ଚଳିକ ଶିଖ ଆଉଟଫିର ଉପାଧ୍ୟକ୍ଷ ପ୍ରୀତମ ସିଂ ସାନ୍ଧୁ ଅନ୍ତର୍ଭୁକ୍ତ ଥିଲେ।