SUNSTARTV
SUNSTARTVBURE:ଶାନ୍ତିର ନିଦ କାହାକୁ ବା ପସନ୍ଦ ନୁହେଁ, ଏବଂ ଏହା ଆମ ଶରୀର ପାଇଁ ମଧ୍ୟ ଖୁବ ଜରୁରୀ । ବ୍ୟକ୍ତି ସୁସ୍ଥ ରହିବା ପାଇଁ ୨୪ ଘଣ୍ଟାରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ ଆଜିର ଏହି ବ୍ୟସ୍ତବହୁଳ ଜୀବନ ଏବଂ କାର୍ମ ଜଞ୍ଜାଳ ମଧ୍ୟରେ ଅନେକ ଲୋକ ଠିକ୍ ସମୟରେ ଏବଂ ସଠିକ୍ ମାତ୍ରାରେ ଶୋଇପାରନ୍ତି ନାହିଁ । ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆପଣମାନେ ଜାଣନ୍ତି କି ୫ ଘଣ୍ଟାରୁ କମ ସମୟ ନିଦ୍ରା ଆମ ଶରୀର ଏବଂ ଜୀବନ ପାଇଁ କେତେ କ୍ଷତିକାରକ । ଏହି କମ ନିଦ ଆମ ପାଇଁ କେଉଁସବୁ ସମସ୍ୟା ସୃଷ୍ଟି କରେ ଆସନ୍ତୁ ଜାଣିବା ଏହି ବିଷୟରେ….
୫ ଘଣ୍ଟାରୁ କମ ନିଦ କେତେ କ୍ଷତିକାରକ:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ୫ଘଣ୍ଟାରୁ କମ ଶୋଇବା ଆମ ଶରୀର ପାଇଁ ଅନେକ କିଛି ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ କମ ନିଦ ଖାସ କରି ୪ ରୋଗକୁ ଅଧିକ ମାତ୍ରରେ ବଢାଇଦିଏ । ଯାହାକି ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
୧. ସ୍ମରଣ ଶକ୍ତି ହ୍ରାସ: ଶୋଇବା ସମୟରେ ଆମ ମସ୍ତିଷ୍କ ଏମିତି କାମ କରେ ଯାହାଦ୍ୱାରା ଆମେ ଅନେକ କିଛି କଥା ସହଜରେ ମନେ ରଖିଥାଉ । କିନ୍ତୁ କମ୍ ନିଦ ଦ୍ୱାରା ଏହା ସମ୍ଭବ ହୋଇ ନଥାଏ । ଫଳରେ ଆମେ ଅନେକ କିଛି ଭୁଲି ଯାଇଥାଉ । ଘଣ୍ଟାରୁ କମ ସମୟ ଶୋଇବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡିଥାଏ । ଯାହା ଫଳରେ ଆମର ସ୍ମରଣ ଶକ୍ତି କମିବା ସହ ଚିଡିଚିଡାପଣ ମଧ୍ୟ ବଢିଯାଏ ।
୨. ମନୋବଳ ପରିବର୍ତ୍ତନ : ଆମକୁ ନିଦ ନ ଆସିବା ଦ୍ୱାରା ଆମ ମନ ଓ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ଥକି ଯାଏ । ଏହି କାରଣରୁ ଆମ ମସ୍ତିଷ୍କ ଏବଂ ମନ ସ୍ୱଭାବିକ ରହିନଥାଏ । ଫଳରେ ଉଦାସିନତା, ଚିନ୍ତା, ଚାପ ଏବଂ ମନୋବଳ ପରିବର୍ତ୍ତନ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସୁସ୍ଥ ଶରୀର ପାଇଁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ ।
୩. ରୋଗ ପ୍ରତିରୋଧକ ଶକ୍ତି କମିବା : ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଆମ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ଏକାନ୍ତ ଆବଶ୍ୟକ ।କାରଣ ଏହା ଆମ ଶରୀରରେ ଥିବା ରୋଗରୁ ଆମକୁ ରକ୍ଷା କରିବାରେ ସାହାଯ୍ୟ କରେ । କିନ୍ତୁ ୫ ଗଣ୍ଟାରୁ କମ ସମୟ ଶୋଇବା ଦ୍ୱାରା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଯାହା ଫଳରେ ଆମେ ଅନେକ ପ୍ରକାରର ରୋଗର ଶିକାର ହୋଇଥାଉ ।
୪.ମଧୁମେୟ ହେବାର ଆଶଙ୍କା: ମଧୁମେୟ ଭାରତରେ ନୁହେଁ ବରଂ ସମଗ୍ର ଦୁନିଆରେ ଏକ ଗମ୍ଭୀର ସମସ୍ୟା ଭାବେ ମୁଣ୍ଡ ଟେକିଛି । ଫଳରେ ଅଧିକାଂଶ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ କମ ନିଦ ମଧୁମେୟର ଏକ କାରଣ ଅଟେ । ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ୨୪ ଗଣ୍ଟାରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ ।