SunstarTV
ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ । ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଇନ୍ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ୧୯୯୬ ମସିହାର ଏହି ଆଇଏଏସ୍ ଅଫିସର ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି । ଆଉ ଏବେ ତାଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
୧୯୯୬ ଆଇଏଏସ୍ ବ୍ୟାଚର ବୀର ବିକ୍ରମ ଯାଦବ ବର୍ତ୍ତମାନର ଦାୟିତ୍ବ ବ୍ୟତୀତ ଏହି ଦାୟିତ୍ବ ତୁଲାଇବେ। ଏହା ପୂର୍ବରୁ ୨୦୨୨ ଏପ୍ରିଲରେ ଅମଲାତାନ୍ତ୍ରିକ ଅଦଳବଦଳ ପରେ ସେ ଏହି ପଦରେ କାର୍ଯ୍ୟ କରିଥିଲେ। ଯାଦବଙ୍କ ନିଯୁକ୍ତି ପୂର୍ବରୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ତଥା କାର୍ଯ୍ୟକାରୀ ମୁଖ୍ୟ ପ୍ରଶାସକ ସାମନ୍ତ ବର୍ମାଙ୍କୁ ପୂର୍ତ୍ତ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।