Sunstar Tv
Astrology Tips: ଆଜି କିଛି ରାଶିଙ୍କ ଜୀବନରେ ପରିବର୍ତ୍ତନ ଦେଖିବା ମିଳିବ। ଜାଣନ୍ତୁ ଆପଣଙ୍କ ରାଶିଫଳ…
ମେଷ: ଦ୍ୱାଦଶ ସ୍ଥାନରେ ଏକାଧିକ ପାପଗ୍ରହ କାରଣରୁ ବିଭିନ୍ନ ସମସ୍ୟା ଓ ବିବାଦୀୟ ବିଷୟକୁ ନେଇ ଚିନ୍ତିତ ରହିବେ। ବନ୍ଧୁଟି ଘରକୁ ଫେରିବା ସମୟରେ ମନଦୁଃଖ କରି ବହୁତ ଅନୁରୋଧପୂର୍ଣ୍ଣ କଥା କହିପାରନ୍ତି। ଦିନଟିରେ କଠିନ ଶ୍ରମଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଶୁକ୍ରଙ୍କ ପ୍ରଭାବରୁ ବନେଇ ଚୁନେଇ କଥା କହି କାମ ହାସଲ କରିପାରିିବେ।
ବୃଷ: ଲାଭସ୍ଥାନସ୍ଥ ଗ୍ରହ ପ୍ରଭାବରୁ ସାହାଯ୍ୟ, ସହଯୋଗ ଲାଭକରି ନିଜର ଅଭିଳଷିତ କାମ ହାସଲରେ ସମର୍ଥ ହେବେ। ପୁରାତନ ରୋଗୀମାନେ ପୀଡ଼ା ଅନୁଭବ କରିପାରନ୍ତି। ଅର୍ଥ ସାହାଯ୍ୟ ସମ୍ବନ୍ଧରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ ତଥା ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ: ଏକାଦଶସ୍ଥ ବୁଧ ଓ ଗୁରୁଜନିତ ସମସ୍ତ ବାଧା, ବିଘ୍ନ ଓ ପ୍ରତିବନ୍ଧକକୁ ପ୍ରତିହତ କରିବେ। ବନ୍ଧୁଙ୍କୁ ମନକଥା କହିନପାରି ବ୍ୟଥିତ ହୋଇ ପାରନ୍ତି। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନରେ ବିଭିନ୍ନପ୍ରକାରର ଆଶଙ୍କା ଜାଗ୍ରତ ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ଯୋଗାଯୋଗ, ସଭାସମିତି, ସାହିତ୍ୟ ଚର୍ଚ୍ଚାରୁ ଆନନ୍ଦ ପାଇବେ।
ସିଂହ: ଚିନ୍ତା ଦୂର ହେବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। ଅଫିସ୍ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ାପାଇଁ ବ୍ୟସ୍ତ ବିବ୍ରତ ହେବେ। ସମାଜସେବାରେ ସମୟ ଦେବେ।
କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ପାଇଁ ସମୟ ବାହାର କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ତୁଳା: ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ। ପଡ଼ୋଶୀଙ୍କଠାରୁ ବିବାଦରୁ ଦୂରେଇ ରୁହନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ।
ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉପୁଜିବ।
ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବଭାବରେ ପରିବର୍ତ୍ତନ ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ।
କୁମ୍ଭ: କର୍ମଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ହରାନ୍ତୁନି।
ମୀନ: ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ କାରଣରୁ ଅଭାବ ଓ ଅସୁବିଧା କ୍ରମଶଃ ଦୂରେଇଯିବ। ଆନୁଷ୍ଠାନିକ କାମରେ ସତର୍କରେ ଚଳିଲେ ସୁଧା ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଆଜି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। କଠିନ ପରିଶ୍ରମ ଏବଂ କାର୍ଯ୍ୟବ୍ୟସ୍ତା ହେତୁ ସଂନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।