Sunstar TV
ଭୁବନେଶ୍ୱର : ପ୍ରଚାର ହେଉଛି ରାଜନୈତିକ ନିର୍ବାଚନର ମୂଳମନ୍ତ୍ର । ଆସନ୍ତା ନିର୍ବାଚନକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି। ଚଳିତ ବର୍ଷ ଯେଉଁ ଭଳି ଗ୍ରୀଷ୍ମର ତାତି ବଢିଚାଲିଛି ରାଜନୈତିକ ଉଷ୍ମତା ମଧ୍ୟ ସେତେ ବଢ଼ିଯାଇଛି । ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଉଛନ୍ତି । ହେଲେ ଏହାରି ମଧ୍ୟରେ ସବୁଠୁ ମୁଖ୍ୟ ଓ ଗୁରୁତ୍ଵ ମାଧ୍ୟମ ହେଉଚି ପ୍ରଚାର । ବିଭିନ୍ନ ଗୀତର ସ୍ୱରକୁ ରାଜନୀତିକ ପ୍ରଚାର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଲାଗି ପଡିଛନ୍ତି ରାଜନେତା ସେଥିପାଇଁ କଟକର ଗୀତ ରେକର୍ଡିଂ ଷ୍ଟୁଡିଓ ଏବେ ବେଶ୍ ଚଳ ଚଞ୍ଚଳ । ଗୋଟିଏ ପଟେ ଷ୍ଟୁଡିଓ ଗୁଡ଼ିକ ରେକର୍ଡ଼ିଂ କାମ ଆରମ୍ଭ କରିଥିବା ବେଳେ ଗାୟକଙ୍କୁ ବି ନାହିଁ ଫୁରସତ । ଲୋକ ପ୍ରିୟ ଓଡ଼ିଆ ଗୀତର ସଙ୍ଗୀତ ମାଧ୍ୟମରେ ଷ୍ଟୁଡିଓ ରେ ରାଜନୈତିକ ପ୍ରଚାର ରେକର୍ଡ଼ିଂ ଆରମ୍ଭ ହୋଇଯାଇଛି । କେବଳ ଯେ ଓଡ଼ିଆ ଗୀତର ସ୍ୱର ତାହା ନୁହେଁ ଓଲିଉଡ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର କଣ୍ଠଶିଳ୍ପୀ ମାନେ ମଧ୍ୟ ଏହି ରାଜନୈତିକ ଦଳର ଗୀତରେ କଣ୍ଠ ଦାନ କରୁଛନ୍ତି । ଶାସକ ଦଳ ବିଜେଡ଼ି ଠାରୁ ଆରମ୍ଭ କରି ବିରୋଧୀ ବିଜେପି ଓ କଂଗ୍ରେସ୍ ସହିତ ଅନ୍ୟ ରାଜନୈତିକ ଦଳର ପ୍ରଚାର ଗୀତ ରେକର୍ଡ଼ିଂ ଚାଲିଚି । ଏହା ସହ ଯେଉଁ ପାର୍ଥି ମାନଙ୍କୁ ଦଳୀୟ ଟିକେଟ ମିଳି ସାରିଛି ସେମାନଙ୍କ ପ୍ରଚାର ଗୀତ ରେକର୍ଡ଼ିଂ ଖୁବ୍ ଜୋରସୋର୍ ରେ ଚାଲି ଥିବାର ଦେଖିବାକୁ ମିଳିଛି ।