Sunstar TV
ଭୁବନେଶ୍ୱର : ୫୪ ବର୍ଷରେ ଥରେ ଲେଖାଏଁ ଲାଗିଥାଏ ଏଭଳି ଦୁର୍ଲଭ ସୂର୍ଯ୍ୟ ପରାଗ । ଏଭଳି ପରାଗ ୨୦୭୮ ମସିହାରେ ଆଉ ଥରେ ଲାଗିବ !ଏପ୍ରିଲ ମାସରେ ସୂର୍ଯ୍ୟ ପରାଗ ଲାଗୁଥିବା ବେଳେ କିଛି ରାଶି ପାଇଁ ବିପଦ ରହିଛି । ଗ୍ରହଣର ପ୍ରଭାବ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇବ । ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆସନ୍ତା କାଲି ଏପ୍ରିଲ୍ ୮ ସୋମବାର ହେବ । ନାସା ତଥ୍ୟ ଅନୁଯାୟୀ , ଏହା ମେକ୍ସିକୋ, ଆମେରିକା ଏବଂ କାନାଡା ସମେତ ଉତ୍ତର ଆମେରିକାରେ ସୂର୍ଯ୍ୟ ଗ୍ରହଣ ଦେଖାଯିବ । ଏହା ସହିତ ପଶ୍ଚିମ ୟୁରୋପ, ଆଟଲାଣ୍ଟିକ୍, ପ୍ରଶାନ୍ତ ମହାସାଗରୀୟ, ମଧ୍ୟ ଆମେରିକା, ଆର୍କଟିକ୍, ମେକ୍ସିକୋ, ଦକ୍ଷିଣ ଆମେରିକାର ଉତ୍ତର ପ୍ରଦେଶ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର-ପଶ୍ଚିମ ଅଞ୍ଚଳରେ ମଧ୍ୟ ସୂର୍ଯ୍ୟ ଗ୍ରହଣ ହୃଶ୍ୟମାନ ହେବ । ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟ ଗ୍ରହଣ ସମୟରେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ରହି ପୃଥିବୀ ଗ୍ରହରେ ଛାଇ ପକାଇଥାଏ, ଯାହା ସୂର୍ଯ୍ୟଙ୍କ ଆଲୋକକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅନ୍ଧକାର କରିପାରେ । ମାର୍ଚ୍ଚ ୨୫ , ୨୦୨୪ ରେ ଘଟିଥିବା ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣର ଦୁଇ ସପ୍ତାହ ପରେ ସୂର୍ଯ୍ୟ ଗ୍ରହଣ ଘଟିବାକୁ ଯାଉଛି । ତେବେ ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏକ ଅନୁମାନ ଅନୁସାରେ ଏଥର ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ଚାହିଁ ବସିଛନ୍ତି । ଆଂଶିକ ପରାଗ ଦେଖାଯିବା ଅଞ୍ଚଳରେ ୪୫ କୋଟିରୁ ଅଧିକ ଲୋକ ବସବାସ କରୁଛନ୍ତି । ଏଥର ସୂର୍ଯ୍ୟ ଗ୍ରହଣର ଦିନକ ପୂର୍ବରୁ ଆଉ ଏକ ଅଲୌକିକ ଘଟଣା ଘଟିବାକୁ ଯାଉଛି। ଏହି ଦିନ ଚନ୍ଦ୍ର, ପୃଥିବୀଠାରୁ ମାତ୍ର ୩ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ରହିବ। ଏହାର ନିକଟତା ହେତୁ ଚନ୍ଦ୍ର ପୂର୍ବ ଅପେକ୍ଷା ଆକାଶରେ ସାମାନ୍ୟ ବଡ଼ ଦେଖାଯିବେ ।