Sunstar TV
ଭୁବନେଶ୍ୱର : ରାହୁଲ ଗାନ୍ଧୀ ତ ଜଣେ ସାଧାରଣ ଲୋକ ତ ନୁହଁନ୍ତି । ହେଲେ ତାଙ୍କ ପାଖରେ ଅଛି ମାତ୍ର ୫୫ ହଜାର ଟଙ୍କା । ଏବେ ସେ କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି । ୨୦୨୨-୨୩ରେ ସେ ମୋଟ ୧,୦୨,୭୮,୬୮୦ ଟଙ୍କା ରୋଜଗାର କରିଛନ୍ତି । ଏହାଛଡ଼ା ରାହୁଲଙ୍କ ନିର୍ବାଚନୀ ଘୋଷଣାନାମା ଅନୁଯାୟୀ ତାଙ୍କ ନାମରେ ବ୍ୟାଙ୍କରେ ୨୬.୨୫ ଲକ୍ଷ ଟଙ୍କା ଡିପୋଜିଟ୍ ରହିଛି। ଶେୟାର ବଜାରରେ ସେ ୪.୩୩ କୋଟି ନିବେଶ କରିଛନ୍ତି । ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟିର ନିବେଶ ରହିଛି । ସୋଭେରେନ୍ ଗୋଲ୍ଡ ବଣ୍ଡରେ ତାଙ୍କର ୧୫.୨ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ତାଙ୍କ ପାଖରେ ୪.୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ମଧ୍ୟ ରହିଛି । ଏହାଛଡ଼ା ରାହୁଲଙ୍କ ନାମରେ ଏନ୍ଏସ୍ଏସ୍, ପୋଷ୍ଟାଲ ସେଭିଂ,ଇନ୍ସୁରାନ୍ସ ପଲିସିରେ ପ୍ରାୟ ୬୧.୫୨ ଲକ୍ଷ ଟଙ୍କାର ଡିପୋଜିଟ୍ ରହିଛି । ମୋଟ ସମ୍ପତ୍ତି ଦେଖିଲେ ରାହୁଲଙ୍କ ପାଖରେ ୯,୨୪,୫୯,୨୬୪ ଚଳ ଏବଂ ୧୧,୧୪,୦୨,୫୯୮ ଟଙ୍କାର ଅଚଳ ସମ୍ପତ୍ତି ରହିଛି । ଏଣୁ ତାଙ୍କର ମୋଟ ସମ୍ପତ୍ତି ୨୦,୩୮,୬୧,୮୬୨ ଟଙ୍କା । ତେବେ ସେ ୨୦୦୪ରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିଲା।