SUNSTARTV
ଭୁବନେଶ୍ୱର:ଖୋର୍ଦ୍ଧାରେ ଘଟିଛି ଅଘଟଣ । ହଠାତ ନାଳ ତଳକୁ ଖସିପଡିଲା ମୋ ବସ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଖବରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ନିକଟରେ ଏକ ମୋ ବସ ନାଳକୁ ଖସି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏଭଳି ଏକ ଅଘଟଣ ଘଟିଛି । ତେବେ ଏହି ବସରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ । ସେଥିମଧ୍ୟରୁ ଅଧା ଯାତ୍ରୀ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏପଟେ ଖବର ପ୍ରକାଶ ପର୍ଯନ୍ତ ଘଟଣା ସ୍ଥଳରେ କୌଣସି ପୋଲିସ କର୍ମୀ ପହଂଚି ନଥିବା ସୂଚନା ମିଳିଛି ।