Sunstar Tv
Onion Price: ସରକାର ୟୁଏଇ କୁ ୧୪,୪୦୦ ଟନ ପିଆଜ ରପ୍ତାନୀ ଅନୁମତି ଦେବା ପରେ, ଏବେ ନ୍ୟାସନାଲ କୋଆପରେଟିଭ ଏକ୍ସପର୍ଟସ ଲିମିଟେଡ (ଏନସିଇଏଲ) ମାଧ୍ୟମରେ ଅତିରିକ୍ତ ୧୦,୦୦୦ ଟନ ପିଆଜ ରପ୍ତାନୀର ଅନୁମତି ଦେଇଛନ୍ତି ।
ଡିସେମ୍ବର ୨୦୨୩ରେ ପିଆଜ ରପ୍ତାନୀ ନିଷେଧ ହେବା ପରଠାରୁ ଏପର୍ଯ୍ୟନ୍ତ ୭୯,୧୫୦ ଟନ୍ ପିଆଜ ରପ୍ତାନୀ ପାଇଁ ଅନୁମତି ମିଳିଛି । ଗତ ମାସରେ, ସରକାର ପିଆଜ ରପ୍ତାନୀ ନିଷେଧ ବଳବତ୍ତର ରଖିଥିଲେ ହେଁ ୟୁଏଇ କୁ ୧୪,୪୦୦ ଟନ ପିଆଜ ରପ୍ତାନୀର ଅନୁମତି ଦେଇଥିଲେ । ମୂଳତଃ ୨୦୨୩ ଡିସେମ୍ବର ୮ ଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ନିଷିଦ୍ଧ ରହିଥିଲା ।
”ଆଭ୍ୟନ୍ତରୀଣ ବଜାରରେ ପିଆଜର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ୨୦୨୩ ଅକ୍ଟୋବର, ଠାରୁ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଟନ ପାଇଁ ୮୦୦ ଡଲାର ନ୍ୟୂନତମ ରପ୍ତାନୀ ମୂଲ୍ୟ (ଏମଇପି) ଲାଗୁ କରିଥିଲେ,” ବଣିକ ମନ୍ତ୍ରଣାଳୟର ଏକ ବିବୃତ୍ତିରେ ଉଲ୍ଲେଖ ରହିଛି ।”ଆଗାମୀ ଈଦ ପର୍ଯ୍ୟାୟ ଲାଗି, ସରକାର ୟୁଏଇ କୁ ଏନସିଇଏଲ ମାଧ୍ୟମରେ ୧୦,୦୦୦ ଟନ ଅତିରିକ୍ତ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି,” ବିଦେଶ ବାଣିଜ୍ୟ ଦପ୍ତର (ଡିଜିଏଫଟି) କହିଛନ୍ତି।
ବିଶ୍ୱର ପିଆଜ ଆପୂର୍ତ୍ତି ସଙ୍କଟ ଏବଂ ଏଲ ନିନୋ ପାଣିପାଗ ପ୍ରଭାବରେ ସୃଷ୍ଟି ହୋଇଥିବା ଶୁଖିଲା ପାଗ ପରିସ୍ଥିତି କାରଣରୁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ପିଆଜ ରପ୍ତାନୀ ଉପରେ ନିଷେଧାଜ୍ଞା ଜାରି କରିଥିଲେ ।
ଯୁକ୍ତ ଆରବ ଆମିରରାଜ୍ୟର ଅନୁରୋଧ କ୍ରମେ, ଆବଶ୍ୟକ ପରିମାଣର ପିଆଜ ରପ୍ତାନୀକୁ ଛାଡ଼ ଦେଇ ସରକାର ୮ ଡିସେମ୍ବର, ୨୦୨୩ରୁ ପିଆଜ ରପ୍ତାନୀ ନିଷେଧ କରିଥିଲେ ।
ଏହି ନିଷେଧାଜ୍ଞାକୁ ଆହୁରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଡିଜିଏଫଟି କହିଛନ୍ତି ।ପିଆଜର ମୂଲ୍ୟ ଏବଂ ଆପୂର୍ତ୍ତି ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
ଏହାର ଅଂଶ ଭାବେ, ସେମାନେ ଏକ ବଫର ଷ୍ଟକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯେଉଁଥିରେ ୨୦୨୩-୨୪ ଋତୁରେ ୩ ଲକ୍ଷ ଟନ ପିଆଜ ରଖାଯିବ । ୨୦୨୨-୨୩ ଋତୁରେ ଏହି ପରିମାଣ ୨.୫୧ ଲକ୍ଷ ଟନ ଥିଲା ।