Sunstar TV
ଭୁବନେଶ୍ୱର : କଟକ ମହାନଗର ନିଗମ ପକ୍ଷରୁ କଟକ କଲେଜ ଛକ ସ୍ଥିତ ଫାଷ୍ଟ ଫୁଡ଼ ଓ ସର୍ବତ ଦୋକାନ ଉପରେ ଫୁଡ଼ ସ୍କ୍ୱାର୍ଡ ଚଢ଼ାଉ କରିଛି । ଫାଷ୍ଟ ଫୁଡ଼ ଓ ସର୍ବତରେ ବ୍ୟବହୃତ ଖାଦ୍ୟ ଦ୍ରଵ୍ୟର ମାନ ସ୍କ୍ୱାର୍ଡ ଯାଞ୍ଚ କରିଛି । ଏହି ଯାଞ୍ଚ ସମୟରେ ସର୍ବତ ଦୋକାନୀମାନେ ଗ୍ଲାସ୍ ସଠିକ ଭାବେ ପରିଷ୍କାର କରାଯାଉଛି କି ନାହିଁ । ଫାଷ୍ଟ ଫୁଡ଼ ଓ ସର୍ବତରେ ଯେଉଁ ସବୁ ସାମଗ୍ରୀ ମିଶାଯାଉଛି ତାହା ଖାଦ୍ୟ ଉପଯୋଗୀ କି ନାହିଁ ତାହା ଯାଞ୍ଚ କରିଛି ଫୁଡ୍ ସ୍ୱାର୍ଡ ଟିମ୍ । ତେବେ ଏହି ଯାଞ୍ଚ ପରେ ଫୁଡ୍ ସ୍କ୍ୱାର୍ଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି କିଛି ଦୋକାନୀ ବ୍ୟବହାର କରୁଥିବା ଗ୍ଲାସ୍ ଠିକ୍ ଭାବେ ସଫା କରି ଧୋଉ ନାହାଁନ୍ତି ତା’ ସହିତ ସର୍ବତରେ କିଛି ଏସେନ୍ସ ମିଶାଯାଉଛି ଯାହା ଆଦୌ ସ୍ବାସ୍ଥ୍ୟ ଉପାଯୋଗୀ ନୁହେଁ । ତେବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଯାଞ୍ଚ ବେଳେ ବାରଣ କରାଯାଇ ଏକ ହଜାର ଟଙ୍କା ଫାଇନ କରାଯାଇଛି । ଆଗକୁ ବ୍ୟତିକ୍ରମ ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚେତନ କରାଯାଇଛି ।