SunstarTV
ଖରା କରୁଛି କଲବଲ , ଝାଞ୍ଜିରେ ଜଳି ଯାଉଛି ଦେହ । ଦିନ ୯ଟା ପରେ ଘରୁ ବାହାରିବା ହେଇ ଯାଉଛି ମୁଶ୍କିଲ । ପ୍ରଚଣ୍ଡ ତାତି ଯେପରି ଜୀବନ ନେଇଯିବ ଲାଗୁଛି । ରାଜଧାନୀ ସମେତ ଅନ୍ୟ ସହରରେ ମଧ୍ୟ ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ମଧ୍ୟ ସାରା ରାଜ୍ୟରେ ଏଭଳି ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍ ଆଲର୍ଟ ଜାରି କରାଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ମାଲକାନାଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାକୁ ଖରା ପାଇଁ ସତର୍କch ସୂଚନା ଜାରି କରାଯାଇଛି। ସେହିପରି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ , ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରାତିରେ ଗରମ ଅନୁଭୂତ ( ୱାର୍ମ ନାଇଟ କଣ୍ଡିସନ) ହେବ ବୋଲି ଆକଳନ କରାଯାଇଛି।
ଅନ୍ୟପଟେ- ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଆଦି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ସମ୍ଭାବନା ଅଧିକ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ତେଣୁ ବାହାରକୁ ବାହାରୁଥିଲେ ସାବଧାନ ରୁହନ୍ତୁ । ସାଙ୍ଗରେ ପାଣି ବୋତଲ ଓଦା ଗାମୁଛା ନେଉ ଜଣାନ୍ତୁ । ଅଂଶୁଘାତ ଅନୁଭବ କରୁଥିଲେ ତୁରନ୍ତ ନିକଟସ୍ଥ ମେଡିକାଲରେ ଦେଖାନ୍ତୁ ।