SUNSTARTV
ନିର୍ବାଚନ ପାଖେଇ ଆସୁଥିବା ବେଳେ ସରୁନି ଟିକେଟ୍ ବଣ୍ଟନ ପ୍ରକ୍ରୀୟା । କାହାକୁ କେଉଁଠୁ ଦଳ ପ୍ରାର୍ଥୀ କରିବେ ସେ ନେଇ ଚାଲିଛି ଆଲୋଚନା । ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ୨ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ୨୯ ଜଣ ବିଧାନସଭା ପ୍ରାର୍ଥୀ ଏବଂ ୫ ଜଣ ଲୋକ ସଭା ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଟିଛି ସାସଂଦ ଓ ବିଧାୟକଙ୍କ ନାଁ ସେ ପୁଣି ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ୭ ବିଧାୟକ ଏବଂ ଦୁଇ ସାସଂଦଙ୍କ ନାଁ କାଟିଛନ୍ତି ଦଳର ମୁଖିଆ । ତେବେ ରାଜ୍ୟରେ ସ୍ୱଚ୍ଛ ଶାସନ ଏବଂ ଦୁର୍ନୀତି ଖୋର ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ କଡା ଜବାବ ଦେଇ ଆସିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚଳିତ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରୁ ।
ତେବେ ମହାଙ୍ଗା ଡବଲ ମର୍ଡର କେଶରେ ବିବାଦକୁ ଆସିଥିବା ବିଧାୟକ ପ୍ରତାପ ଜେନାଙ୍କ ଟିକେଟ୍ କାଟିଛି ବିଜେଡି । ତାଙ୍କ ସ୍ଥାନରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ସେପଟେ ବିବାଦୀୟ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି । ସେହିପରି ସୋର ବିଧାୟକ ପର୍ଶୁରାମ ଧଡା, ମୋରଡା ବିଧାୟକ ରାଜକିଶୋର ଦାସ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢୀ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କଅଁରଙ୍କ ଟିକେଟ୍ କାଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମାନଙ୍କ ବ୍ୟବୀତ କେନ୍ଦୁଝର ଓ ବ୍ରହ୍ମପୁର ସାଂସଦଙ୍କ କଟିଛି ଟିକେଟ୍ । ତାଙ୍କ ସ୍ଥାନରେ ଦଳ ନୂଆ ପ୍ରାର୍ଥୀ ଦେଇଛି । ତେବେ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଓ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫଳରେ ଚଳିତ ନିର୍ବାଚନରେ ବିରୋଧୀଙ୍କୁ କଡା ଜବାବ ଦେବା ସହ ଲୋକଙ୍କ ସ୍ୱାର୍ଥ ପାଇଁ ବିବାଦିୟ ନେତାଙ୍କୁ ବି ପର କରିପାରନ୍ତି ରାଜ୍ୟସରକାର । ଯାହାର ପ୍ରାମାଣ ଚଳିତ ନିର୍ବାଚନର ପ୍ରାର୍ଥୀ ତାଲିକାରୁ ସ୍ପଷ୍ଟ ବାରି ହେଉଛି । ଫଳରେ ଷଷ୍ଠ ଥର ପାଇଁ ପୁଣି ଓଡିଶାରେ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।