SUNSTARTV
ବିଧାନସାଭା ଆସନ ପାଇଁ ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ଶଙ୍ଖକୁ ମୁକାବିଲା କରିବା ପାଇଁ ବିରୋଧୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ରଣ ନୀତି । ରଙ୍ଗ ବଦଳାଇବା ପରି ଦଳ ବଦଳାଉଥିବା କିଛି ନେତାଙ୍କୁ ନେଇ ଏବେ ବଳିଆନ ହେଉଛି ପଦ୍ମ । କିନ୍ତୁ ଏହିସବୁ ଭିତରେ ଜଣେ ନେତାଙ୍କୁ ଦଳ ବଦଳାଇବା ପଡିଛି ମହଙ୍ଗା । ଯାହାକୁ ନେଇ ଏବେ ହେଉଛି ସବୁଠି ଚର୍ଚ୍ଚା ।କିଛି ଦିନ ଦଳେ ଶାସକ ଦଳ ଛାଡି ପଦ୍ମ ପୋଖରରେ ପାଦ ବୁଡାଇଥିଲେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେ ବିଜେପିରେ ସାମିଲ ହେବାପରେ ଶାସକ ଦଳକୁ ଆକ୍ଷେପ କରିବା ସହ କହିଥିଲେ ମୁଁ ସ୍ୱାଧୀନତା ପାଇଁ ଦଳ ଛାଡୁଛି ।
କିନ୍ତୁ ଅଭିନେତା ତଥା ରାଜନେତା ସଦ୍ଧାନ୍ତଙ୍କ ଇଚ୍ଛାଥିଲା ସାସଂଦ ଟିକେଟ୍ ପାଇଁ । ଯାହା ପାଣି ଫଟକା ପରି ମିଳେଇଗଲା । ବିରୋଧୀରେ ସାମିଲ ହେବାପରେ ବଦଳିଗଲା ତାଙ୍କ ସାସଂଦ ପଦ ଆଉ ହୋଇଗଲେ ବିଧାୟକ । ଏହାକୁ ନେଇ ବର୍ତ୍ତମନ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ସଦ୍ଧାନ୍ତ ବିଜେଡିରେ ଥିବା ବେଳେ ହୋଇଥିଲେ ଦୁଇ ଦୁଇ ଥର ବ୍ରହ୍ମପୁର ସାଂସଦ । କିନ୍ତୁ ତାଙ୍କର ଅବହେଳା ଏବଂ ଅପାଗତା ହେତୁ ୨୦୧୯ରେ ବିଜେଡି ସୁପ୍ରିମୋ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଇ ନଥିଲେ ଟିକେଟ୍ । ଯାହାଫଳରେ ଟିକେଟ ଆସାରେ ସିଦ୍ଧାନ୍ତ ଶଙ୍ଖ ଛାଡି ଡେଇଁଥିଲେ ପଦ୍ମ ପୋଖରିକୁ । କିନ୍ତୁ ଭାଜପା ଏମିତି ଯେ ତାଙ୍କୁ ଭଣ୍ଡେଇ ଦେବ ସେ କଥା କିଏ ବା ଜାଣି ଥିଲା । ସାଂସଦ ପଦରୁ ମିଳିଗଲା ବିଧାୟକ ପଦ । ଯାହାକୁ ନେଇ ସାଧାରଣରେ ହେଉଛି ଚର୍ଚ୍ଚା ।
ବିଜେପି ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏବେ ଏବେ ଦଳରେ ଯୋଗ ଦେଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ମିଳିଛି ଟିକେଟ୍ । କିନ୍ତୁ ଏହା ଲୋକ ସଭା ଆସନ ପାଇଁ ନୁହେଁ ବରଂ ବିଧାନସଭା ଆସନ ପାଇଁ । ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ଆସନ ଦିଗପହଣ୍ଡିରୁ ନିର୍ବାଚନ ଲଢିବା ପାଇଁ ସିଦ୍ଧାନ୍ତଙ୍କୁ ମିଳିଛି ଟିକେଟ୍ । ସେ ବି ପୁଣି ବିଧାୟକ ପ୍ରାର୍ଥୀ । ତେବେ ବିଜେଡି ଛାଡିବା ନିଷ୍ପତ୍ତି ବର୍ତ୍ତମାନ ସିଦ୍ଧାନ୍ତଙ୍କୁ ମହଙ୍ଗା ପଡିଥିବା ରାଜନୈତିକ ମହଲରେ ଘୂରି ବୁଲୁଛି ।
ପ୍ରକୃତରେ ଏହା ହିଁ କଣ ରାଜନତିର ଅର୍ଥ । ଦିନ ଥିଲା ଶାସକ ଦଳ ପାଇଁ ବିରୋଧୀଙ୍କୁ ଆକ୍ଷେପ କରୁଥିବା ନେତା ଆଜି ବିଜେଡିକୁ କଟାକ୍ଷ କରୁଛି । କିଏ କହୁଛି ସୁଯୋଗ ମିଳିନି ତ ଆଉ କିଏ କହୁଛି ସ୍ୱାଧୀନତା ଦରକାର ।କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଜନତାଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ଫଳରେ ଦେଶର ୧ ନଂ ରାଜ୍ୟ ଭାବେ ଓଡିଶାକୁ ମାନତ୍ୟା ମିଳିଛି । ଯାହା ଆସନ୍ତା ସାଧାରଣ ନିର୍ବାଚନରେ ସ୍ପଷ୍ଟବାରି ହୋଇ ପଡିବ ।