Sunstar Tv
Ration card Update: ରାସନ କାର୍ଡ ମାଧ୍ୟମରେ ସରକାର ଗରିବ ଏବଂ ଅଭାବୀ ଲୋକଙ୍କୁ ଖୁବ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡର ଲାଭ ପାଇବା ପାଇଁ, ଆପଣଙ୍କ ପାଖରେ ଏକ
ରାସନ କାର୍ଡ ଥିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ l
କୋରୋନା କାଳରେ ମାଗଣା ରାସନ ପ୍ରଦାନ କରାଯାଇଥିଲା ଲୋକଙ୍କୁ l ପରେ ତାହା ଆଗକୁ ଅଧିକ ଦିନ ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ l
କେନ୍ଦ୍ର ସରକାର କରୋନା ସମୟରେ ରାସନକାର୍ଡଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦେବାକୁ ଘୋଷଣା କରିଥିଲେ ଯେଉଁଥିରେ ଲକ୍ଷାଧିକ ଲୋକ ଲାଭବାନ ହୋଇଥିଲେ । ସରକାରଙ୍କ ଏହି ମାଗଣା ରାସନ ଯୋଗାଣ ଏବେ ମଧ୍ୟ ଲାଗୁ ରହିଛି ଦେଶରେ ।
ରାସନ କାର୍ଡ ନଥିବା ଜନ ସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ସହ ଏବେ ବିତ୍ତୀୟ ସହାୟତା ଯୋଗାଇ ମଧ୍ୟ ପ୍ରଦାନ କରୁଛନ୍ତି ସରକାର । ଏହି ଯୋଜନା ଦ୍ୱାରା ମାଗଣା ରାସନ ପାଉଛନ୍ତି ଗରିବ ଜନ ସାଧାରଣ ।
ତେବେ ଏହି ଯୋଜନାରେ ସାମିଲ ହେବାକୁ କେତେକ ନିର୍ଦ୍ଦିଷ୍ଟ ଦଲିଲର ଆବଶ୍ୟକତା ରହିଛି । ଏଥିପାଇଁ ଆପଣ ଅନ୍ଲାଇନ୍ରେ ମଧ୍ୟ ଆବେଦନ ସୁବିଧା ପାଇବେ । ବିଶେଷ ଦେଶର ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ରାସନ କାର୍ଡ ମାଧ୍ୟମରେ ଲୋକଙ୍କୁ ମାଗଣା ରାସନ ସହ ୩୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ସରକାର ।
କରୋନା ଲକ୍ଡାଉନ୍ ସମୟରେ ଅନେକ ଶ୍ରମିକମାନେ ଦିମୁଠା ଖାଇବା ପାଇଁ ଡହଳବିକଳ ହେଉଥିଲେ । ସେହି ସମୟରେ ଏହି ଯୋଜନା ଏକ ବରଦାନ ସାବ୍ୟସ୍ତ ହୋଇଥିଲା ।
ବିଭିନ୍ନ ପ୍ରକାର ଗରିବ ଶ୍ରେଣୀର ଲକ୍ଷ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣରୁ ବଶତଃ ସେମାନଙ୍କୁ ରାସନ କାର୍ଡ ମିଳିନଥିଲା । କିନ୍ତୁ ବର୍ତ୍ତମାନ ହିତାଧିକାରୀଙ୍କୁ ଡିଜିଟାଲ କାର୍ଡ ଯୋଗାଇ ଦିଆଯାଉଛି ।
ଗରିବ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ବର୍ତ୍ତମାନ ମାଗଣା ରାସନ ସହ ସରକାର ୩୦ ହଜାର ଟଙ୍କା ଦେଉଛନ୍ତି । ପରୀକ୍ଷାମୂଳକ ଭାବେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ ଏହି ସୁବିଧା ଆରମ୍ଭ କରାଯାଇଛି ସରକାରଙ୍କ ଦ୍ୱାରା । ଏଥିରେ ଲାଭ ପରିଲକ୍ଷିତ ସରକାରଙ୍କ ଦ୍ୱାରା ଆଗାମୀ ଦିନରେ ଏହା ସମସ୍ତ ରାଜ୍ୟରେ ଲାଗୁ କରାଯିବ ବୋଲି ଅସହ କରାଯାଉଛି ।