SunstarTV
ତାଇୱାନ ସମୟ ଅନୁଯାୟୀ, ପ୍ରାୟ ସକାଳ ୮ଟା ସମୟରେ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହେଇଛି । ଏହା ପରେ ତାଇୱାନ, ଦକ୍ଷିଣ ଜାପାନ ଏବଂ ଫିଲିପାଇନ୍ସରେ ସୁନାମି ଚେତାବନୀ ଦିଆଯାଇଛି । ଆମେରିକାର ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହି ସୂଚନା ଦିଆଯାଇଛି।ତାଇୱାନରେ ଆଜି ସକାଳେ ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପରେ ସମଗ୍ର ଦ୍ୱୀପକୁ ଦୋହଲି ଯାଇଛି। ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି ।
ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ବୁଧବାର ଦିନ କହିଛି ଯେ ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁଁ ସୁନାମି ହେବାର ଆଶଙ୍କା ଏବେ ଏଡ଼ାଇ ଦିଆଯାଇଛି। ତାଇପେଇ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୪ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ପଚାଶ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁଁ ସୁନାମି ଧୀରେ ଧୀରେ ତାଇୱାନ ଉପକୂଳରେ ପହଞ୍ଚିଛି। ଅଧିକାରୀମାନେ ଜରୁରୀକାଳୀନ ବାର୍ତ୍ତା ଜାରି କରି ଲୋକଙ୍କୁ ସଚେତନ କରାଇଛନ୍ତି ।ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ।
ଭୂକମ୍ପ କେନ୍ଦ୍ର ନିକଟରେ ଦୁଇଟି କୋଠା ଭୁଶୁଡି ପଡିଛି ଏବଂ କିଛି ଲୋକ ଏଥିରେ ଫସି ରହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ ୨୬ ଟି ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାର ଖବର ରହିଛି।
ସୂଚନା ମୁତାବକ ୧୯୯୯ ମସିହାରେ ହୋଇଥିବା ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପଠାରୁ ବି ଏହା ଅଧିକ ଶକ୍ତିଶାଳୀ। ୨୫ ବର୍ଷ ଭିତରେ ତାଇୱାନ ଅନୁଭୂତ ହୋଇଥିବା ସବୁଠାରୁ ଅଧିକ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି । ରାଜଧାନୀ ତାଇପେରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।