Sunstar TV
ଭୁବନେଶ୍ୱର : ବର୍ତ୍ତମାନ ହେଡଲାଇନରେ ସେଲିବ୍ରିଟି ଶେଫ କୁନାଲ କପୁର । ଶେଷରେ ଛାଡପତ୍ର ଅନୁମତି ମିଳିଲା । ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ରାୟ ପତ୍ନୀଙ୍କ ବ୍ୟବହାର ତାଙ୍କପ୍ରତି ଅସହ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ଗ୍ରହଣ କଲେ । ପୂର୍ବରୁ ଛାଡପତ୍ର ପାଇଁ ଆବେଦନ ହୋଇଥିଲେ ମଧ୍ୟ ଫ୍ୟାମିଲି କୋର୍ଟ ଆବେଦନ ଖାରଜ କରିଥିଲେ । ଏହା ଫଳରେ ସେ ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।
କୁନାଲ କପୁରଙ୍କ ଅଭିଯୋଗ ଥିଲା କି, ତାଙ୍କ ପତ୍ନୀ ଏକତା କପୁର ତାଙ୍କ ସହ ପରିବାରର ସଦସ୍ୟଙ୍କୁ ଖରାପ ବ୍ୟବହାର କରିବା ସହ ସମସ୍ତଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ । କିନ୍ତୁ ଏକତା କାପୁରଙ୍କ ଅଭିଯୋଗ ଥିଲା କିଛି ଭିନ୍ନ ସେ କହିଛନ୍ତି ଯେ, ସେ ତାଙ୍କ ଦାୟିତ୍ୱ ଠିକ ଭାବେ ନିଭାଇଛନ୍ତି । ହେଲେ ତାଙ୍କ ସ୍ୱାମୀ କୁନାଲ କପୁର ତାଙ୍କୁ ଅନ୍ଧାରରେ ରଖି ଛାଡପତ୍ର ପାଇଁ ଏଭଳି ମିଛ କାହାଣୀ ତିଆରି କରିଛନ୍ତି । ସେପଟେ ଏକତା କପୁରଙ୍କ କହିବା ମୁତାବକ କୁନାଲଙ୍କ ବିରୁଦ୍ଧରେ କୌଣସି ପ୍ରାମାଣିକ ତଥ୍ୟ ମିଳିପାରିନାହିଁ । ଏବଂ ଏମିତି ଅଭିଯୋଗ ଦ୍ୱାରା କୁନାଲଙ୍କ ପବ୍ଲିକ ଇମେଜ ପ୍ରଭାବିତ ହୋଇଛି । ଯାହା କ୍ରୁରତାକୁ ସୂଚାଉଛି । ଏହି ସବୁ ତଥ୍ୟକୁ ଭିତ୍ତି କରି ଦିଲ୍ଲୀ ହାଇକୋର୍ଟ କୁନାଲଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ, କୁନାଲ କପୁର ୨୦୦୮ ମସିହାରେ ଏକତା କାପୁରଙ୍କ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଉଭୟ ପୁତ୍ର ସନ୍ତାନର ବାପା ମା ହୋଇଥିଲେ । କିନ୍ତୁ ସମୟକ୍ରମେ ଦୁହିଁଙ୍କୁ ଭିତରେ ବଢିଥିଲା ବିବାଦ । ତେବେ ସେଫ କୁନାଲ କପୁର ୪୪ ବର୍ଷ ବୟସରେ ପାଦ ରଖିଥିବାବେଳେ ଛୋଟବେଳୁ ତାଙ୍କର ଖାଦ୍ୟପେୟ ପ୍ରତି ସଉକ ରହିଛି ।