SunstarTV
ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର। ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଇସ୍ତଫା ପତ୍ର ପଠାଇଥିଲେ। ୨୩ବର୍ଷ ଧରି ଦଳରେ ରହି ସେ ନିଷ୍ଠାର ସହ କାମ କରିଥିଲେ। ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଭୃଗୁ। ହେଲେ ୨୦୨୪ରେ ତାଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିଥିବା କୁହାଯାଉଛି। ଆଜି ସେ ଶଙ୍ଖଭବନରେ ବିଜେଡିରେ ମିଶିଛନ୍ତି ।
ଭୃଗୁ ବକ୍ସିପାତ୍ର ଜଣେ ପୁରୁଖା ନେତା । ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ୨୩ ବର୍ଷ ଧରି ଦଳର ଉନ୍ନତି ପାଇଁ ପ୍ରୟାସ କରିଛି । ଦଳ ଦେଇଥିବା ଦାୟିତ୍ବ ନିଷ୍ଠା ଓ ସ୍ଥିରତାର ସହ ତୁଲାଇଛି । ଦଳରେ ଅଣଦେଖା ଓ ଅବହେଳା ପାଇଁ ମୁଁ ଆଜି ଦଳ ଛାଡ଼ିଲି ।
ସୂଚନା ମୁତାବକ ସେ ଆଜି ସକାଳେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିଲେ। ୨୦୧୯ରେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ଥିଲେ ଭୃଗୁ । ଏହା ଭିତରେ ସେ ରାଜ୍ୟ ବିଜେପିର ଉପସଭାପତି କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି । ତେବେ ବିଜେପି ଛାଡି ବିଜେଡି ଗଡ଼ କୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ତାଙ୍କ ସହ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡିରେ ମିଶିଛି ।