Sunstar TV
ଭୁବନେଶ୍ୱର : ବିଜେଡି ପକ୍ଷରୁ ବ୍ରହ୍ମପୁର ସାଂସଦଙ୍କୁ ନୂଆ ଦାୟିତ୍ୱ ମିଳିଛି । ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ବିଜେଡି ଆସନ୍ତା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ । ଶାସକ ଦଳ କେଉଁ କେଉଁ ବିଷୟକୁ ଗୁରୁତ୍ୱାରୋପ କରି ନିଜର ଇସ୍ତାହାର ପ୍ରକାଶ କରିବ, ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ଚନ୍ଦ୍ରଶେଖରଙ୍କୁ ନ୍ୟସ୍ତ କରାଯାଇଛି । ଖାଲି ସେତିକି ନୁହେଁ ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ସହ ତାଙ୍କୁ ରାଜ୍ୟ ଉପ ସଭାପତି ଭାବେ ମଧ୍ୟ ନୂଆ ନିଯୁକ୍ତି ମିଳିଛି ।