Sunstar Tv
Vastu Tips for Tulsi Plant: ବୃନ୍ଦାବତୀଙ୍କୁ ପୂଜା କରିବା ଦ୍ଵାରା ଆମ ଘରର ସୁଖ ଶାନ୍ତି ସବୁବେଳେ ରହିଥାଏ। ତେବେ ଆଜି ଆସନ୍ତୁ ଜାଣିବା ତୁଳସୀ ଗଛକୁ ଘରର କେଉଁ ସ୍ଥାନରେ ରଖିଲେ ମିଳିଥାଏ ଶୁଭ ଫଳ।
ଭଗବାନ ଶ୍ରୀବିଷ୍ଣୁଙ୍କୁ ତୁଳସୀ ଗଛ ଅତ୍ୟନ୍ତ ପ୍ରିୟ। ସେ ତୁଳସୀ ପତ୍ରକୁ ସେବନ କରିଲା ପରେ ହିଁ ଭୋଜନ ଗ୍ରହଣ କରିଥାନ୍ତି। ବିଷ୍ଣୁ ପୁରାଣରେ ତୁଳସୀ ପୂଜା ଏବଂ ସ୍ଥାନର କେତେ ଗୁଡାଏ ନିୟମ ବର୍ଣ୍ଣନା କରାଯାଇଅଛି। ଯଦି ଆପଣ ଏହାକୁ ମାନି ନଥାନ୍ତି ତେବେ ଆପଣ ପୂଜାର ଫଳ ପାଇନଥାନ୍ତି। ଏହି ନିୟମକୁ ପାଳନ କରିବା ଦ୍ଵାରା ତୁଳସୀର ଶୁଭ ଫଳ ପ୍ରାପ୍ତ କରିଥାନ୍ତି।
ତୁଳସୀ ଗଛ ଏକ ସାମାନ୍ୟ ଗଛ ନୁହେଁ ଯେଉଁ ସ୍ଥାନରେ ଏହି ଗଛ ରହିଥାଏ। ସେଠାରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ବାସ ରହିଥାଏ। ପୁରାଣ ଅନୁସାରେ ତୁଳସୀ ଗଛର ପୂଜା ସର୍ବ ପ୍ରଥମେ ଭଗବାନ ଶ୍ରୀବିଷ୍ଣୁ ଆରମ୍ଭ କରିଥିଲେ।
ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଅନେକ ନିୟମ ରହିଛି। ତୁଳସୀ ଗଛ କେବେ ବି ଘରର ଛାତ ଉପରେ ଲଗେଇବେ ନାହିଁ। କାରଣ ଏହା ବିପରୀତ ଦିଗ ହୋଇଥାଏ ଏବଂ ଘରେ ନାକାରାତ୍ମକ ଉର୍ଜା ପ୍ରବେଶ କରିଥାଏ।
ତେଣୁ ସବୁବେଳେ ତୁଳସୀ ଗଛକୁ ଏମିତି ଏକ ସ୍ଥାନରେ ରଖିବେ ଯେମିତି ଗଛ ଉପରେ ସୂର୍ଯ୍ୟ କିରଣ ପଡୁଥିବା ଉଚିତ୍। ଏହା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ପବନ ପ୍ରବେଶ କରିଥାଏ।
ଯେଉଁମାନଙ୍କ ଜାତକରେ ବୁଧ ରହିଥାନ୍ତି ସେମାନେ ଛାତ ଉପରେ ତୁଳସୀ ଗଛ କଦାପି ଲଗାନ୍ତୁ ନାହିଁ। ତୁଳସୀ ଗଛକୁ ଅନ୍ଧାର ଥିବା ସ୍ଥାନରେ କଦାପି ଲଗେଇବେ ନାହିଁ। ଶାସ୍ତ୍ର ଅନୁସାରେ ଅନ୍ଧାରରେ ତୁଳସୀ ଗଛକୁ ରଖିବା ଦ୍ଵାରା ଆର୍ଥିକ ସ୍ତରରେ କ୍ଷତି ଘଟିଥାଏ।
ଘରର ଆଗରେ ଯେଉଁଠି ସୂର୍ଯ୍ୟଙ୍କ କିରଣ ଗଛ ଉପରେ ପଡ଼ିଥାଏ। ସେହି ସ୍ଥାନରେ ତୁଳସୀ ଗଛକୁ ରଖିବା ଦ୍ଵାରା ତୁଳସୀ ଗଛ କେବେ ବି ଶୁଖି ନ ଥାଏ ଏବଂ ସବୁ ବେଳେ ସବୁଜ ରହିଥଏ।
ଶାସ୍ତ୍ର ଅନୁସାରେ ଯଦି ତୁଳସୀ ଗଛ ପାଖରେ ଛୋଟ ମନ୍ଦିର ରହିଥାଏ, ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ତୁଳସୀ ଗଛ ପାଖରେ ଗଣେଶଙ୍କ ମୂର୍ତ୍ତିକୁ ରଖିବେ ନାହିଁ। ଏହା ଶାସ୍ତ୍ର ନିୟମର ବିରୁଦ୍ଧ। ତୁଳସୀ ଗଛକୁ ଦକ୍ଷିଣ ଦିଗକୁ ରଖିବା ଅନୁଚିତ୍ ହୋଇଥାଏ।
ତୁଳସୀ ପାଇଁ ଉତ୍ତର ଏବଂ ପୂର୍ବ ଦିଗ ଉତ୍ତମ ହୋଇଥାଏ। ଏହା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ। ଉତ୍ତର ଦିଗକୁ ଧନର ଦିଗ ମଧ୍ୟ କୁହାଯାଏ। ତେଣୁ ତୁଳସୀ ଗଛକୁ ସେହି ଆଡ଼େ ରଖିବା ଘର ପାଇଁ ଲାଭଦାୟକ ହୋଇଥାଏ।