Sunstar TV

ଭୁବନେଶ୍ୱର : ଆଜି ପବିତ୍ର ଉତ୍କଳ ଦିବସ... ଆମେ ଓଡ଼ିଆ ଭାରି ବଢିଆ । ଦେଶରେ ରହିଛି ଉତ୍କଳର ଏକ ସ୍ୱତନ୍ତ୍ର ପରିଚୟ । ଆମ ଓଡିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆଜି ଭଳି ପବିତ୍ର ଦିନରେ ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ଓଡିଶାକୁ ଆହୁରି ସଶକ୍ତ ଓ ସମୃଦ୍ଧ କରିବା ପାଇଁ ଉଦ୍ବୋଧନ ଦେଇଛନ୍ତି ।

ସେହିଭଳି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆଧୁନିକ ଭାରତ ନିର୍ମାତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓଡିଆ ସନ୍ତାନ । ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶା ଅଧିକରୁ ଅଧିକ ସମୃଦ୍ଧଶାଳୀ ହେଉ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଆ ଭାଷାରେ ଓଡ଼ିଆ ଢଙ୍ଗରେ ଓଡ଼ିଶାବାସୀଙ୍କୁ ଟ୍ୱିଟ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ଯେ , ଶୁଭକାମନା ସହ ଓଡିଶାବାସୀଙ୍କ ସମୃଦ୍ଧି କାମନା କରିଛନ୍ତି ।