Sunstar Tv
Anganwadi Timing: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ। ସକାଳୁଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୭ଟାରୁ ୧୧ଟା ୩୦ଯାଏଁ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର।
ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ବୃଦ୍ଧି ପାଇଛି ତାପମାତ୍ରା।
ସକାଳ ୧୦ଟା ସୁଦ୍ଧା କଟକରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ଆଜି ଦିନର ତାପମାତ୍ରା ୩୨.୫ ଡିଗ୍ରୀ ଛୁଇଁଛି। ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ। ଅଂଶୁଘାତ ଏବଂ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକ ମଧ୍ୟ ସତର୍କ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ରାଜ୍ୟର ସମସ୍ତଙ୍କ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ସକାଳୁଆ ଘୋଷଣା କରିଥିଲେ ସରକାର। ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ଚାଲୁଛି।