Sunstar Tv
Shantilata Barik passes away : ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଶାନ୍ତିଲତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ସୂଚନା ଦେଇଛନ୍ତି ସ୍ୱାମୀ ବସନ୍ତ କୁମାର ଛୋଟରାୟ ।
ଶାନ୍ତିଲତା ଓଡ଼ିଶାରେ ଅନେକ ଭଜନ ସଂଗୀତ ଗାଇ ଲୋକଙ୍କ ହୃଦୟରେ ଆଜି ବି ଘର କରି ରହିଛନ୍ତି । ତାଙ୍କର ମୃତ୍ୟୁ ଖବରକୁ ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।
ସୂଚନାନୁଯାୟୀ, କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଦୀର୍ଘଦିନ ଧରି ଅସୁସ୍ଥତା ପାଇଁ ଚିକିତ୍ସିତ ହେଉଥିଲେ । କାଲି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟୁ ହେବ ବୋଲି ତାଙ୍କ ସ୍ୱାମୀ କହିଛନ୍ତି । ଶାନ୍ତିଲତା ବାରିକ ଅନେକ ଜଗନ୍ନାଥଙ୍କ ଗୀତ ବୋଲିଛନ୍ତି । ସେ ଥକା ମନ ଚାଲ ଯିବା ଓ ଜଗନ୍ନାଥ ତୁମେ ବଡ଼ ଛଳିଆ ଆଦି ଗୀତ ପାଇଁ ଲୋକପ୍ରିୟତା ହାସଲ କରିଥିଲେ ।
ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନ କାଳ ଭିତରେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ଅତି ଲୋକପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି।
୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲ୍ଥ୍ ଚେକ୍ଅପ୍ ପରେ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ।
ତା’ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ। ନିୟମିତ ମେଡ଼ିସିନ୍ ଖାଉଥିଲେ।