SUNSTARTV
ଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଆଜି ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ଏବଂ ଏହି ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଆଡଭାନୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିବା ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି।ତେବେ ଅସୁସ୍ଥତା ହେତୁ ଆଡଭାନୀ ଶନିବାର ଦିନ ରାଷ୍ଟ୍ରିୟ ଭବନରେ ଆୟୋଜିତ ଭାରତ ରତ୍ନ ସମାରୋହରେ ଯୋଗ ଦେଇପାରିନଥିଲେ। ଫଳରେ ମହାମହିମ ରାଷ୍ଟ୍ରପତି ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି ।
ଭାରତୀୟ ରାଜନୀତିର ଅଗ୍ରଦୂତ ଆଡଭାନୀ ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ଉତ୍ସର୍ଗୀକୃତ ତଥା ସମ୍ମାନର ସହ ସେବା କରି ଆସୁଥିଲେ । ୧୯୨୭ ମସିହାରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନୀଙ୍କ ପରିବାର ବିଭାଜନ ପରେ ୧୯୪୭ ମସିହାରେ ଭାରତ ଆସିଥିଲେ। ସାଂସ୍କୃତିକ ଜାତୀୟତାର ଦୃଷ୍ଟିକୋଣରୁ ସେ ସାରା ଦେଶରେ ଦଶନ୍ଧି ଧରି କଠିନ ପରିଶ୍ରମ କରିଥିଲେ ଏବଂ ସାମାଜିକ-ରାଜନୈତିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଥିଲେ | ରାଷ୍ଟପତି ଭବନ ଦ୍ୱାରା ସୋସିଆଲ ମିଡ଼ିଆ ‘X’ ରେ ସମାରୋହର ଫଟୋ ସେୟାର କରାଯାଇ କୁହାଯାଇଛି ଯେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଭାରତର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥିଲା, ସେତେବେଳେ ଆଡଭାନୀ ଭିତରେ ଥିବା ପରିଶ୍ରମୀ ଯୋଦ୍ଧା ଏହାକୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ।
ତେବେ ଲାଲ କୃଷ୍ଣ ଆଡଭାନୀ ଜୁନ୍ ୨୦୦୨ ରୁ ମେ ୨୦୦୪ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ଅକ୍ଟୋବର ୧୯୯୯ ରୁ ମେ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ୧୯୮୬ ରୁ ୧୯୯୦, ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଅନେକ ଥର ବିଜେପି ସଭାପତି ଥିଲେ। ବର୍ତ୍ତମାନ ତାଙ୍କୁ ୯୬ ବର୍ଷ ବୟସ ହୋଥିବା ବେଳେ ସେ ଅସୁସ୍ଥ ଅଛନ୍ତି | ଯାହା ଫଳରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରେ ପହଂଚି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିଛନ୍ତି।