School Timing Changed:ବଢ଼ୁଛି ତାତି । ଏହା ଭିତରେ ବଦଳିଛି ସ୍କୁଲ ସମୟ । ସ୍କୁଲ ପିଲାଙ୍କ ପାଇଁ ଆସିଲା ବଡ଼ ଖବର। ବଦଳିଲା ସ୍କୁଲର ସମୟ । ଏଣିକି ଆଉ ୧୦ଟାରେ ନୁହେଁ, ଆହୁରି ପୂର୍ବରୁ ସ୍କୁଲ ଯିବେ ପିଲା । କେଉଁଠି ଏହି ନିୟମ ଲାଗୁ ହୋଇଛି ଆସନ୍ତୁ ଜାଣିବା ଏସମ୍ପର୍କରେ ।
ଶନିବାର ଦିନ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳାଇଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏ ନେଇ ଆଜି ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ’ ୨ ତାରିଖଠାରୁ ସ୍କୁଲଗୁଡ଼ିକରେ ସକାଳ ୭ଟାରୁ ୧୧.୩୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବ।