Sunstar Tv
United nations: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ପ୍ରସଙ୍ଗରେ ମୁହଁ ଖୋଲିଲା ଜାତିସଂଘ । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ।
ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଗ୍ରାଣ୍ଡ ଓଲ୍ଡ ପାର୍ଟି କଂଗ୍ରେସର ଆକାଉଣ୍ଟ୍ ଫ୍ରିଜ୍ ବାବଦରେ ସାରା ବିଶ୍ବ ଅବଗତ ରହିଛି । କହିବାକୁ ଗଲେ, ନିର୍ବାଚନ ସମୟରେ ଭାରତରେ ଏକ ପ୍ରକାର ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି ।
ଯାହାକୁ ଜାତିସଂଘ ସମ୍ପୂର୍ଣ୍ଣ ନାପସନ୍ଦ କରୁଥିବା କହିଛନ୍ତି ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ । ଯେଉଁଠାରେ ବି ନିର୍ବାଚନ ହେଉ, ସେଠାକାର ଲୋକଙ୍କ ରାଜନୈତିକ ଏବଂ ମାନବିକ ଅଧିକାର ଉଲ୍ଲଂଘନ ହେବା ଅନୁଚିତ ।
ନିର୍ବାଚନୀ ପରିବେଶ ସମ୍ପୂର୍ଣ୍ଣ ଅବାଧ ଏବଂ ନିରପେକ୍ଷ ହେବା ଦରକାର ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ । ଭାରତରେ ଚାଲିଥିବା ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ପ୍ରଥମେ ମୁହଁ ଖୋଲିଥିଲେ ଭାରତରେ ଅବସ୍ଥାପିକ ଜର୍ମାନୀର ଡେପୁଟି ହେଡ୍ ଅଫ୍ ମିଶନ୍ ।
ପରେ ଆମେରିକା ବୈଦେଶିକ ମନ୍ତ୍ରାଳୟ ଏହାକୁ ନେଇ ସ୍ବର ଉଠାଇଥିବା ବେଳେ ବାରତର ବୈଦେଶିକ ମନ୍ତ୍ରାଳୟ, ଆମେରିକାର ଆକ୍ଟିଙ୍ଗ୍ ଡେପୁଟି ଚିଫ୍ ଅଫ୍ ମିଶନଙ୍କୁ ସମନ୍ କରି ପ୍ରତିବାଦ ଜାହିର କରିଥିଲା ।
ପୁଣି ସେହିଦିନ ଆଉ ଥରେ, ଅର୍ଥାତ ଦ୍ବିତୀୟ ଥର ପାଇଁ ସେହି ସମାନ ପ୍ରସଙ୍ଗ ଉଠାଇଥିଲା ଆମେରିକା ବୈଦେଶିକ ମନ୍ତ୍ରାଳୟ । ଆଉ ଏବେ ଜାତିସଂଘରୁ ଶୁଣିବାକୁ ମିଳିଛି ସେହି ସମାନ ସ୍ବର, ସେହି ସମାନ ଚିନ୍ତାପ୍ରକଟ ।
ମାର୍ଚ୍ଚ ୨୧ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ଲିକର୍ ପଲିସି ମାମଲାରେ ଇଡି ତାଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ କୋର୍ଟରୁ ଆଶ୍ବସ୍ତି ନମିଳିବା ପରେ, ତେବେ ତାଙ୍କୁ ଜେଲ ଯିବାକୁ ପଡିଛି ।
ଦିଲ୍ଲୀରୁ ଗିରଫ ହୋଇଥିଲେ କେଜ୍ରିଓ୍ବାଲ । ଏହାପରେ ସାରା ଦେଶରେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ପ୍ରତିବାଦ କରିଥିଲେ । ରାସ୍ତାକୁ ଓହ୍ଲାଇଥିଲେ ନେତା ଓ ସମର୍ଥକ ।
ଦିଲ୍ଲୀ ଓ ପଞ୍ଜାବରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ମଧ୍ୟ ବିରୋଧ କିଛି କମ ନଥିଲା । ଦିଲ୍ଲୀରେ ଶହ ଶହ ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇ କେଜ୍ରିୱାଲଙ୍କ ଗିରଫଦାରୀର ଜୋରଦାର୍ ପ୍ରତିବାଦ କରିଛନ୍ତି ।
କେନ୍ଦ୍ର ସରକାର, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀଙ୍କୁ ଟାର୍ଗେଟ କରୁଥିବା କହିଛନ୍ତି ସେମାନେ ।