Sunstar Tv
Gold price hike: ବଢ଼ି ଚାଲିଛି ସୁନା ଦର। ଦିନକରେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧୩୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୧୪୨୦ ଟଙ୍କା ବୃଦ୍ଧି ପାଇଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୧୦୬୦ ଟଙ୍କା ବଢ଼ିଛି।
ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୧,୭୦୦ ଟଙ୍କା ଥିବା ବେଳେ ଆଜି ଏହା ୬୩,୦୦୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧୦ ଗ୍ରାମ ପ୍ରତି ୬୭,୩୧୦ ଟଙ୍କା ଥିଲା। ଆଜି ଏହା ୬୮,୭୩୦ ଟଙ୍କା ରହିଛି। ୧୮ କ୍ୟାରେଟ ସୁନାର ଦର ଗତକାଲି ୧୦ ଗ୍ରାମ ପ୍ରତି ୫୦,୪୮୦ ଟଙ୍କା ଥିବା ବେଳେ ଆଜି ୫୧,୫୪୦ ଟଙ୍କା ହୋଇଛି।
ଗୁଡ୍ରିଟର୍ଣ୍ଣର ୱେବ୍ସାଇଟ୍ ଅନୁଯାୟୀ ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୬୮,୭୦୦ ଓ ୧୮ କ୍ୟାରେଟ୍ ସୁନାର ଦାମ ୫୧,୫୪୦ ଟଙ୍କା ରହିଛି।
ରାଜଧାନୀ ଦିଲ୍ଲୀର ବର୍ତ୍ତମାନର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୧୫୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୮୮୦ ଟଙ୍କା ରହିଛି।
ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୦୦୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮,୭୩୦ ଟଙ୍କା ରହିଛି।
ମିସ୍ କଲ୍ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ ଏସ୍ଏମ୍ଏସ୍ ମାଧ୍ୟମରେ ଆପଣ ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।
ଏଭଳି ଭାବେ ଜାଣନ୍ତୁ ସୁନାର ଶୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।