Sunstar Tv
Hindu Population: ଦୁନିଆରେ ସବୁଠୁ ଅଧିକ ହିନ୍ଦୁ କେଉଁଠି ଅଛନ୍ତି? ଅନେକଙ୍କ ଉତ୍ତର ଆସିବ ଭାରତ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ଠାରୁ ଅନ୍ୟ ଦେଶ ରହିଛି, ଯେଉଁଠି ଅଧିକ ସଂଖ୍ୟାରେ ହିନ୍ଦୁ ବସବାସ କରୁଛନ୍ତି। ଆଜି ଆପଣଙ୍କୁ ସେହି ଦେଶ ବିଷୟରେ କହିବୁ, ଯେଉଁଠି ବହୁ ହିନ୍ଦୁ ରହୁଛନ୍ତି।
ବିଶ୍ବରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ବହୁଳ ଦେଶ ଅନେକ ରହିଛି। ତା’ ମଧ୍ୟରେ ଭାରତ ସମେତ ୩ଟି ଦେଶ ହେଉଛି ହିନ୍ଦୁବହୁଳ। ସବୁଠୁ ଅଧିକ ଲୋକ ଭାରତ ଏବଂ ନେପାଳ ସମ୍ପର୍କରେ ଜାଣିଥିବେ। ହେଲେ ଏହା ବ୍ୟତୀତ ଆଉ ଏକ ଦେଶ ରହିଛି, ଯେଉଁଠି ହିନ୍ଦୁମାନଙ୍କ ସଂଖ୍ୟା ବହୁତ। ଆଉ ସେହି ଦେଶ ହେଉଛି ଦକ୍ଷିଣ ଆଫ୍ରିକା।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦେଶରେ ହିନ୍ଦୁଙ୍କ ସଂଖ୍ୟା ୫୦ ପ୍ରତିଶତରୁ ବି ଅଧିକ। କେବଳ ସେତିକି ନୁହେଁ, ଏହି ଦେଶର ଅନେକ ପ୍ରଧାନମନ୍ତ୍ରୀ ବି ହିନ୍ଦୁ ରହିଛନ୍ତି।
କେଉଁଠି କେତେ ଅଛନ୍ତି ହିନ୍ଦୁ? ସାଧାରଣତଃ ସମସ୍ତେ ଜାଣନ୍ତି, ଭାରତରେ ସବୁଠୁ ଅଧିକ ହିନ୍ଦୁ ରହୁଛନ୍ତି। ହେଲେ ଆପଣମାନଙ୍କର ଏହି ଧାରଣା ଭୁଲ। ସଂଖ୍ୟା ଆଧାରରେ ଦେଖିଲେ, ସେଠାରେ ଭାରତ ଠାରୁ କମ୍ ସଂଖ୍ୟକ ହିନ୍ଦୁ ରହୁଛନ୍ତି ସତ, କିନ୍ତୁ ପ୍ରତିଶତରେ ଅଧିକ।
ଭାରତରେ ୧୪୦ କୋଟିରୁ ଅଧିକ ଲୋକ ରହୁଛନ୍ତି। ସେଥିମଧ୍ୟରୁ ହିନ୍ଦୁଙ୍କ ସଂଖ୍ୟା ପାଖାପାଖି ୯୭ କୋଟି। ଯାହା ମୋଟ ଜନସଂଖ୍ୟାର ୮୦ ପ୍ରତିଶତରୁ ବି କମ୍। ଏପରିସ୍ଥଳେ ଆମେ ଯଦି ଦେଖିବା ତେବେ ନେପାଳରେ ବି ଭାରତ ଠାରୁ ଅଧିକ ପ୍ରତିଶତ ହିନ୍ଦୁ ବସବାସ କରୁଛନ୍ତି।
ନେପାଳର ମୋଟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ହିନ୍ଦୁ ରହିଛନ୍ତି। ଏହି ସଂଖ୍ୟାକୁ ଦେଖିଲେ ଭାରତର ସ୍ଥାନ ନେପାଳଠାରୁ ପଛରେ ରହୁଛି। ଆଉ ନେପାଳରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ମାତ୍ର ୯ ପ୍ରତିଶତ ରହିଛି।
ସେଣ୍ଟ୍ରାଲ ବ୍ୟୁରୋ ଅଫ ଷ୍ଟାଟିସଟିକ୍ସ ଅନୁସାରେ, ୨୦୨୧ ଜନଗଣନା ଅନୁସାରେ ନେପାଳ ଜନସଂଖ୍ୟାର ୮୧.୧୯ ପ୍ରତିଶତ ହେଉଛନ୍ତି ହିନ୍ଦୁ। ଏବଂ ସଂଖ୍ୟା ଦୃଷ୍ଟିରୁ ଯଦି ଦେଖିବା ତେବେ ପଡ଼ୋଶୀ ନେପାଳରେ ହିନ୍ଦୁଙ୍କ ସଂଖ୍ୟା ୨ କୋଟି ୩୬ ଲକ୍ଷ ୭୭ ହଜାର ୭୪୪।
ଏଥିପାଇଁ ଏକ ସମୟରେ ନେପାଳକୁ ହିନ୍ଦୁ ରାଷ୍ଟ୍ରର ମାନ୍ୟତା ବି ମିଳିଥିଲା। କିନ୍ତୁ ୨୦୦୬ ମସିହାରେ ଏହାକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା।
ତୃତୀୟ ସ୍ଥାନରେ କିଏ ? ନେପାଳ ଏବଂ ଭାରତ ପରେ କିଏ, ଯଦି ଏହି ପ୍ରଶ୍ନ ଆସେ ତେବେ ମରିସସ୍ର ନା ତୃତୀୟରେ ଆସିବ । ଭାରତ ମହାସାଗର ତଟରେ ଅବସ୍ଥିତ ଏବେ ମରିସସ୍ରେ ୫୦ ପ୍ରତିଶତରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି । ୨୦୧୧ ଜନଗଣନା ଅନୁସାରେ, ମରିସସ୍ରେ ମୋଟ ଜନସଂଖ୍ୟାର ୪୮.୫ ପ୍ରତିଶତ ଥିଲେ ହିନ୍ଦୁ । ଆଉ ଏବେ ଏହି ସଂଖ୍ୟା ୫୧ ପ୍ରତିଶତ ପାର୍ କରିସାରିଛି ।
୨୦୨୦ର ଏକ ଆକଳନ ଅନୁସାରେ ମରିସସ୍ରେ ହିନ୍ଦୁଙ୍କ ସଂଖ୍ୟାରେ ୨.୧ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ ସଂଖ୍ୟା ଏଠାର ମୂଳ ସମୁଦାୟଙ୍କ ଠାରୁ ବି ଅଧିକ । ମରିସସ୍ରେ କଳା ଓ ସ୍ଥାପତ୍ୟକୁ ନେଇ ବହୁତ ସୁନ୍ଦର ସୁନ୍ଦର ମନ୍ଦିର ବି ରହିଛି । ସମୁଦ୍ର ତଟରେ ବି ମନ୍ଦିର ଗଢ଼ି ଉଠିଛି ।