Sunstar TV
ଭୁବନେଶ୍ୱର : ନୂଆ ମୁହଁ ସହ ସମ୍ବଲପୁର ନିର୍ବାଚନୀ ମଇଦାନକୁ ଆସୁଛନ୍ତି ବିଜେଡିର ହେବିୱେଟ ନେତା ପ୍ରଣବ ପ୍ରକାଶ । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଦଳ ପ୍ରଣବଙ୍କୁ ପ୍ରାର୍ଥୀ କରିବା ପରେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ଏହି ଆସନରୁ ବିଜୟ ଲାଭ କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଆଶୀଷ ଭିକ୍ଷା କରିଛନ୍ତି। କେବଳ ମହାବାହୁ ଙ୍କୁ ନୁହେଁ, ଜନ୍ମ ମାଟିର ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ପ୍ରଣବ । ନିଜ ପ୍ରିୟ ନେତାଙ୍କୁ ଉତ୍ସାହର ସହ ମନ୍ଦିର ଅଭିମୁଖେ ପାଛୋଟି ନେଇଥିଲେ ହଜାର ହଜାର ଶୁଭେଛୁ । ସୁଭାଶିଷ ନେବା ପରେ ସମ୍ବଲପୁର ଗସ୍ତ କରିଛନ୍ତି ବବି ଦାସ । ତେବେ ପଶ୍ଚିମ ଓଡିଶା ପାଇଁ ନବୀନ ରଚିଛନ୍ତି ଶଙ୍ଖ ବ୍ୟୁହ, ଏହି ବ୍ୟୁହ ରଚନାରେ ଅଗ୍ରାଧିକାରରେ ପ୍ରଣବ । ବିରୋଧୀଙ୍କୁ ମାତ ଦେଇ ରଣଭୂମୀରେ ଶୁଭସଙ୍ଖ ବଜାଇବେ ବବି ଦାସ । ନା ଜେମିତି କାମ ସେମିତି, କର୍ମବୀର କହିଲେ ଲୋକେ ବୁଝନ୍ତି ପ୍ରଣବ । ଆଭିମୁଖ୍ୟ ରହିଛି ଜନତା ଙ୍କ ସେବା । ରାଜନୀତି କି କୂଟନୀତି ନୁହେଁ ସେବାନୀତିରେ ବିଶ୍ୱାସ କରନ୍ତି ବିଜେଡି ସୁପ୍ରିମୋ । ସେଥିପାଇଁ ସାରା ଓଡିଶାବାସୀଙ୍କ ପ୍ରିୟ ଶାସକ ଦଳ ବିଜେଡି । ଜନତା ନିଜର ଦାୟିତ୍ୱ ଦୀର୍ଘ ୨୫ ବର୍ଷ ହେବ ନ୍ୟସ୍ତ କରିଛନ୍ତି ବିଜେଡି ହସ୍ତରେ । ଭଲପାଇବା ଓ ସେବା ହିଁ ମୂଳମନ୍ତ୍ର ଏହା ଜାଣେ ବିଜୁ ଜନତା ଦଳ । ପ୍ରଣବ ଜନତାଙ୍କ ଭଲ ପାଇବା ଜିଣି ସେବାରେ କିଣିଛନ୍ତି ଜନତାଙ୍କ ହୃଦୟ । ପଶ୍ଚିମ ଓଡିଶା ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ କ୍ଷେତ୍ର ସମ୍ବଲପୁରରେ ଏଥର ଆସିବେ ବବି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା। ବବି ଯେ ଯାଜପୁରର ତାହା ତ ଠିକ ହେଲେ ସମ୍ବଲପୁର ସହ ଯୋଡି ହୋଇ ରହିଛି ତାଙ୍କର ସ୍ମୃତି । ତାଙ୍କ ପିତା ସ୍ବର୍ଗତ ଅଶୋକ ଦାସ ପ୍ରକୃତ ଅର୍ଥରେ ଥିଲେ ଜଣେ ସମ୍ବଲପୁରୀ । ଜିଏମ କଲେଜର ଛାତ୍ର ଥିଲେ ଅଶୋକ ଦାସ । ତାଙ୍କର ଅନେକ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ସମ୍ବଲପୁରୀ ଅଟନ୍ତି । ସାଙ୍ଗଠନିକ ସମ୍ପାଦକଙ୍କ ସଂଗଠନ ସବୁ ଆଡେ ସୁଦୃଢ ଏକଥା ନାମ ଘୋଷଣା ପରେ ସାମ୍ନାକୁ ଆସୁଛି । ସେପଟେ ତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ସମ୍ବଲପୁରରେ ଉତ୍ସାହର ମାହୋଲ ଦେଖାଦେଇଛି। ଏହି ଆସନରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ପ୍ରଣବ। ଯାହା ଆଶା କରାଯାଉଛି ଚଳିତ ଥର ଲଢେଇ ଜୋରଦାର ହେବ । ହେଲେ ଜନତାଙ୍କ ମଧ୍ୟରେ ଆଲୋଚନା ହେଉଛି ପଦ୍ମ ଫୁଲ ହାତରେ ଧରିବା ପୂର୍ବରୁ ଏହି ନିର୍ବାଚନ ରେ ସମଲେଇ ମନ୍ଦିରରେ ବାଜିବ ଶୁଭ ଶଙ୍ଖ ।