Sunstar TV
ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଲେ ବିଜେଡି ନେତା ମୁନା ଖାଁ । ସାଂସଦ ନୁହେଁ ନବୀନଙ୍କ ବିନା ଉଭୟ ଓ୍ବାର୍ଡ ମେମ୍ବର ହେବାକୁ ବି ଅଯୋଗ୍ୟ କହିବା ସହ ଦୁହିଁଙ୍କୁ ବିଗ୍ ଜିରୋ କହି କଟାକ୍ଷ କରିଛନ୍ତି ମୁନା। ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ । କିଛି କମ ସମୟ ନୁହେଁ, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ ବର୍ଷ ସାଂସଦ ଥିଲେ । ଦୁହେଁ ବିଗ ଜିରୋ ମୁଖ୍ୟମନ୍ତ୍ରୀଙ୍କ ଭଳି ନିରୀହ ଲୋକ ତାଙ୍କ ଉପରେ ଦୟା କରୁଥିଲେ । ମୁନା କହିଛନ୍ତି ଯେ, ସେ ପୂର୍ବରୁ ମଧ୍ୟ ରିପିଟ ନ କରିବା ପାଇଁ ବିରୋଧ କରିଥିଲେ । ନିଜ କାର୍ଯ୍ୟକାଳରେ ଗୋଟିଏ ଦିନ ସଂସଦରେ ପ୍ରଶ୍ନଟିଏ ପଚାରିନାହାନ୍ତି । ଯେଉଁ ଠାରେ ଯୋଗ ଦେଇଛନ୍ତି ସେମାନେ ପରେ ସବୁ ବୁଝିପାରିବେ ।
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ବିଜେଡି ଛାଡିଥିଲେ ଭର୍ତ୍ତୃହରି । ସେହିଭଳି ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି । ଏବଂ ସାହିତ୍ୟିକ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ସିଦ୍ଧାନ୍ତ ବିଜେଡି ସାଂସଦ ଭାବେ ୨ ଥର ନିର୍ବାଚିତ ହୋଇଥିଲେ । ବିଜେଡି ଛାଡିବା ପରେ ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ବେଳେ ଗତ ୨ ଦିନ ହେବ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଉଭୟ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି ।