Sunstar Tv
Mgnrega: ଆସିଲା ଖୁସି ଖବର। ବଢ଼ିବ ଶ୍ରମିକଙ୍କର ଦୈନିକ ମଜୁରୀ ହାର ଏଥି ନେଇ ସୂଚନା ଦେଇଛନ୍ତି ଭାରତ ସରକାର। ନିର୍ବାଚନ ପୂର୍ବରୁ, କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MNREGA) ଶ୍ରମିକଙ୍କ ମଜୁରୀ ହାର ୩-୧୦ ପ୍ରତିଶତ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ଏହି ବୃଦ୍ଧି ଚଳିତ ଆର୍ଥିକ ବର୍ଷ ପାଇଁ ଘୋଷିତ ହାରରେ ସମାନ ଭାବରେ କାର୍ଯ୍ୟ କରିବ।
ନୂଆ ମଜୁରୀ ହାର ୨୦୨୪ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ପ୍ରତିଶତ ବୃଦ୍ଧି ଦୃଷ୍ଟିରୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ସବୁଠାରୁ କମ୍ ୩ ପ୍ରତିଶତ ମଜୁରୀ ବୃଦ୍ଧି ହୋଇଛି, ଯେଉଁଥିରେ ଗୋଆରେ ୧୦.୬ ପ୍ରତିଶତ ସର୍ବାଧିକ ବୃଦ୍ଧି ହୋଇଛି ବୋଲି ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରୁ ସୂଚନା ମିଳିଛି।
ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ନିର୍ବାଚନ ଆୟୋଗଙ୍କ ପାଖରୁ ମଜୁରୀ ହାର ଘୋଷଣା କରିବା ପାଇଁ ଅନୁମତି ମାଗିଛନ୍ତି କାରଣ ସାରା ଦେଶରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହା ଏକ ନିୟମିତ ପ୍ରକ୍ରିୟା ହୋଇଥିବାରୁ ସେମାନେ ଅନୁମତି ପାଇବା ପରେ ମଜୁରୀ ହାର ଘୋଷଣା କରିଛନ୍ତି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MNREGA) ଯୋଜନାରେ ଜଣଙ୍କ ପଛା ମଜୁରୀ ବୃଦ୍ଧି ୨୦୨୩ ମାର୍ଚ୍ଚ ୨୪ରେ ଘୋଷଣା କରାଯାଇଥିଲା। ସେସମୟରେ ବିଭିନ୍ନ ରାଜ୍ୟ ପାଇଁ ମଜୁରୀ ବୃଦ୍ଧି ୨ ପ୍ରତିଶତରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଥିଲା। କର୍ଣ୍ଣାଟକ, ଗୋଆ, ମେଘାଳୟ ଏବଂ ମଣିପୁର ସେହି ରାଜ୍ୟଗୁଡ଼ିକ ମଧ୍ୟରୁ ଥିଲେ ଯେଉଁମାନେ ନୂ୍ୟନତମ ପ୍ରତିଶତ ମଜୁରୀ ବୃଦ୍ଧି ପାଇଥିଲେ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MNREGA) ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବୃହତ୍ କର୍ମନିଯୁକ୍ତି ସୃଷ୍ଟି କରୁଥିବା ଯୋଜନା। ଏହି ଯୋଜନା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଶ୍ରମର ବଦଳରେ ମଜୁରୀ ପ୍ରଦାନ କରିଥାଏ। ମଙ୍ଗଣା ମଜୁରୀ ହାର ପ୍ରତି ବର୍ଷ ପରିବର୍ତ୍ତନଶୀଳ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
ମଜୁରୀ ହାର ନିର୍ଦ୍ଧାରଣ-
ମଙ୍ଗଣା ମଜୁରୀ ହାର ସବୁଠାରୁ ବଡ଼ ବିଷୟ। କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରତି ବର୍ଷ ହାର ନିର୍ଦ୍ଧାରିତ ହୋଇଥାଏ। ଏହି ହାର ବିଭିନ୍ନ ଅର୍ଥନୈତିକ ଉପାଦାନଗୁଡ଼ିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ହୋଇଥାଏ, ଯେପରିକି ଜୀବନ ଯାତ୍ରା ଖର୍ଚ୍ଚ, ମୁଦ୍ରାସ୍ଫୀତି ଓ ଅନ୍ୟାନ୍ୟ ବିଷୟ। ହାର ନିର୍ଦ୍ଧାରଣ ପାଇଁ କେନ୍ଦ୍ରୀୟ ମଜୁରୀ ସମିତି ସେମିତି ପର୍ଯ୍ୟାଳୋଚନା କରିଥାଏ।
ଗତ କିଛି ବର୍ଷରେ ମଜୁରୀ ହାର-
୧. ୨୦୨୩-୨୪ ପାଇଁ ମଜୁରୀ ହାର ୨% ରୁ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।
୨. ୨୦୨୨-୨୩ ପାଇଁ ମଜୁରୀ ହାର ୨.୭% ରୁ ୧୧% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।
୩. ୨୦୨୧-୨୨ ପାଇଁ ମଜୁରୀ ହାର ସମସ୍ତ ରାଜ୍ୟ ପାଇଁ ୧୧% ବୃଦ୍ଧି ପାଇଥିଲା।