SUNSTARTV
ଭାବର ଠାକୁର ହେଉଛି କାଳିଆ , ଭକ୍ତଙ୍କ ଦରଦୀ ବନ୍ଧୁ ହେଉଛି ଚକାଆଖିଆ । ତାକୁ ଥରୁଟିଏ ଦେଖିବା ପାଇଁ କାହିଁ କେତେଦୂରରୁ ଧାଇଁ ଆସିଥାଏ ଭକ୍ତ । କିନ୍ତୁ ଆଜି ସେଇ ଭକ୍ତବତ୍ସଳିଆ ଚକା ଡୋଳିଆକୁ ଟିକେ ଦେଖିବା ପାଇଁ ଭକ୍ତକୁ ହୋଇଛି ମନା । ଘଂଟାଏ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୪ ଘଣ୍ଟା ପର୍ଯନ୍ତ ବନ୍ଦ ରହିବ ଜାଗା ଦର୍ଶନ । କାରଣ ଆଜି ହେଉଛି ମହା ପ୍ରଭୁଙ୍କ ବନକଲାଗି ନୀତି | ଯାହାକି ଏକ ଗୁପ୍ତ ନୀତି । ତେଣୁ ଏହି ସମୟରେ ସାଧାରଣ ଭକ୍ତଙ୍କ ଲାଗି ୪ ଘଣ୍ଟା ପାଇଁ ଜାଗା ଦର୍ଶନ ବନ୍ଦ ରହିବ ।
ତେବେ ଫାଲଗୁନ ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇପରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।
ଏହି ବନକ ଲାଗି ନୀତି ପାଇଁ ବନ୍ଦ ରହିବ ଜୟ ବିଜୟ ଦ୍ୱାର । ତେବେ ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରନ୍ତି | ଏହାପରେ ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରନ୍ତି । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଛି । ତେବେ ଏହି ସବୁ ସେବା ନୀତି ହେଉଛି ଏକ ଗୁପ୍ତ ସେବା ନୀତି | ସେଥିପାଇଁ ମହାପ୍ରଭୁଙ୍କ ବନକଲାଗି ନୀତି ଯେତେ ସମୟ ଚାଲେ, ସେ ପର୍ଯନ୍ତ ସାଧାରଣଙ୍କ ଭକ୍ତଙ୍କ ଲାଗି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।
ତେବେ ଆଜି ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଦର୍ଶନ ଜଗା ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ । ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏହି ବନକ ଲାଗି କାର୍ଯ୍ୟକ୍ରମ ପାଇଁ ରୀତିନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନେ କରିଥାନ୍ତି। ୨୦୧୮ ମସିହା ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଆସୁଛି ।