SUNSTARTV
ଆସନ୍ତା ମାସ ଏପ୍ରିଲ ୧୯ ତାରିଖରୁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେବ ମତଦାନ। ଯେଉଁଥିରେ ଓଡିଶାର ମଧ୍ୟ ନା ରହିଛି । ତେବେ ମେ ମାସ ୧୩ ତାରିଖରୁ ଓଡିଶା ରେ ଆରମ୍ଭ ହେବ ସାଧାରଣ ନିର୍ବାଚନ। ଯାହାକୁ ନେଇ ଏବେଠୁ ବଦଳିଲାଣି ନିର୍ବାଚନୀ ପାଣି ପବନ । କେଉଁଠି ବାପା ବିଜପିରେ ଅଛନ୍ତି ତା ଆଉ କେଉଁଠି କଂଗ୍ରେସରେ । କିନ୍ତୁ ପୁଅମାନେ ସାମିଲ ହେଉଛନ୍ତି ଶାସକ ଦଳରେ । ଫଳରେ ବିଜେଡି ବିଜେପି କଂଗ୍ରେସ ମଧ୍ୟରେ ଦେଖାଦେଲାଣି ଭିନ୍ନ ଏକ ରାଜନୀତି । ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ଟାଣୁଆ ନେତାଙ୍କ ପୁଅ ମଧ୍ୟ ଶାସକ ଦଳରେ ମିଶିବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ରେ ସାମିଲ ହେବାକୁ ଯାଉଛନ୍ତି । ସେ ଭୁବନେଶ୍ୱର ମାଉସୀ ମା ଛକରୁ ସମର୍ଥକ ମାନଙ୍କୁ ଧରି ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ବିଜେଡିରେ ମିଶିବେ ବୋଲି ଜଣା ପଡିଛି । ତେବେ ଅନେକ ଦିନ ଧରି ମନ୍ମଥ କେଉଁ ଦଳକୁ ଯିବେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିବା ବେଳେ ଶେଷରେ ସେ ବିଜେଡି ସାମିଲ ହେଉଥିବା ଚର୍ଚ୍ଚା ହେଉଛି ।
ତେବେ କ୍ୟାପଟେନ ପଦରୁ ସ୍ୱେଚ୍ଛାକୃତ ଭାବେ ଅବ୍ୟାହତ ନେଇଥିବା ମନ୍ମଥ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ । ଫଳରେ ପ୍ରଥମରୁ ମନ୍ମଥ ବାପାଙ୍କ ପଥ ଅନୁସରଣ କରି ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସମୟରେ କଂଗ୍ରେସରୁ ଲଢିବେନି ବୋଲି ମନା କରିଥିଲେ ମନ୍ମଥ ।ବର୍ତ୍ତମାନ କିନ୍ତୁ ସୁର ରାଉତରାୟଙ୍କ ସାନପୁଅ ତଥା କ୍ୟାପଟେନ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ନିଜ ସମର୍ଥକ ମାନଙ୍କୁ ଧରି ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି ।