SUNSTATV
ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଵପାଙ୍କ ଦଳ ପରିବର୍ତେ ଶାସକ ଦଳରେ ସାମିଲ ହେଲେ ପୁଅ | ହାତ ବଦଳରେ ଫୁଙ୍କିଲେ ଶଙ୍ଖ । ନିର୍ବଚନ ପୂର୍ବରୁ ବିଜେଡି ରେ ବିଧିବଦ୍ଧ ଵାହବେ ସାମିଲ ହେଲେ ସୁରା ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ।
ତେବେ କଂଗ୍ରେସରୁ ୨୦୨୩ ମସିହା ସେପ୍ଟେମ୍ବର ୮ ତାରିଖରେ ନିଲମ୍ବିତ ହୋଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ସେ ଗଣମାଧ୍ୟମରେ କଂଗ୍ରେସରୁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ , ମୁଁ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ନହୋଇ ମଧ୍ୟ ଦଳ ମତେ କାରଣ ଦର୍ଶାଅ ନୋଟିଶ ଜାରି କରିବା ସହ ନିଲମ୍ବନ କରିଛି । ଯାହାକୁ ମନ୍ମଥ ଗ୍ରହଣ କରି ନଥିବା ସର୍ବ ସମୁଖରେ କହିଥିଲେ । ସେବପରଠୁ କୌଣସି ଦଳରେ ସାମିଲ ହୋଇ ନଥିବା ମନ୍ମଥଙ୍କର କିନ୍ତୁ ରାଜନୀତିକୁ ଆସିବାକୁ ମନ ଥିଲା । ଯାହା ଆଜି ପୁରାଣ ହୋଇଛି । ଫଳରେ ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଂଚିବାପରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ମନ୍ମଥ ବିଜେଡି ଟିକେଟରୁ ଜଟଣୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ମନ୍ମଥଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଜୋର ଧରିଛି ଚର୍ଚ୍ଚା । ତେବେ ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । କିଛି ମାସ ତଳେ ମନ୍ମଥ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ । ସେପଟେ ପୁଅ ଦଳରେ ମିଶିବା ପରେ କଂଗ୍ରେସ ନେତା ସୁର କହିଛନ୍ତି, ଯେତେ ଚେଷ୍ଟା କଲି ଅଟକାଇ ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି ।
ସେହିପରି ମନ୍ମଥ ବିଜେଡିରେ ମିଶିବା ପରେ ହୋଇପଡିଛନ୍ତି ଭାବ ବିହ୍ୱୋଳ । ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ମୋ ପାଇଁ ଏହା ରାଜନୀତି ନୁହେ ବରଂସେବା ନୀତି ଏହିପରି କହୁ କହୁ ମନ୍ମଥଙ୍କ ଆଖିରୁ ଝରି ପଡିଥିଲା ଲୁହ । ସେ ଆହୁରି କହିଥିଲେ ଯେ ବାପା ସବୁବେଳେ ଆଗରେ ଯାଉଥିବା ବେଳେ ମୁଁ ତାଙ୍କୁ ଅନୁକରଣ କରୁଥିଲି । କିନ୍ତୁ ପ୍ରଥମଥର ପାଇଁ ମୁଁ ଏକୁଟିଆ ପଦାକୁ ଆସିଛି । ଏହିପରି ଅନେକ କିଛି କଥା କହିଛନ୍ତି କ୍ୟାପଟେନ ମନ୍ମଥ | ତେବେ ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡ଼ରେ ସାମିଲ ହୋଥିବା ବେଳେ ବର୍ତ୍ତମାନ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ମଥ ବିଜେଡିରେ ସାମିଲ ହେବ ପରେ ରାଜ୍ୟ ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।