SunstarTV
ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପୂର୍ବରୁ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ତେବେ ଏହି ପର୍ଯ୍ୟାୟରେ ବିଜେଡି ୯ ଟି ଲୋକସଭା ଆସନ ଏବଂ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଲୋକସଭା ଆସନ ପାଇଁ ବିଜେଡି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସକୁ ଟିକେଟ ଦେଇଥିବା ବେଳେ , କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଏବଂ ଆସିକାରୁ ରଂଜିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି।
କିନ୍ତୁ ସବୁ ଠାରୁ ବଡ଼ କଥା ହେଉଛି ଏଥର ବିଜେଡି ପୁଣି ଥରେ ମାଷ୍ଟର ଷ୍ଟୋକ ଖେଳିଛି । ଘୋଷଣା ହେଇଥିବା ତାଲିକା ଭିତରେ ୧୩ ନୂଆ ମୁହଁଙ୍କୁ ସ୍ଥାନ ମିଳିଛି । ସୂଚନା ମୁତାବକ ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୧୩ ନୂଆ ମୁହଁ ରହିଛନ୍ତି । ବିଧାନସଭା ପାଇଁ ବିଜେଡି ୧୩ ଜଣ ନୂଆ ଚେହେରାଙ୍କ ଆଣିଛି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ୍ ଦେଇଛି ।
ଦଳ ଯେଉଁ ୧୩ ଜଣଙ୍କ ଉପରେ ଭରସା କରିଛି ସେମାନେ ହେଲେ ରାୟଗଡା ଲାଗି ଅନୁସୟା ମାଝି,ବସ୍ତା ପାଇଁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ,ଯାଜପୁରରରୁ ସୁଜାତା ସାହୁ,ଲୋଇସିଙ୍ଗାରୁ ନିହାର ବେହେରା,ଉମରକୋଟରୁ ନବୀନ ନାୟକ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଭବାନୀପାଟନାରୁ ଲତିକା ନାୟକ,ପାଟକୁରାରୁ ଅରବିନ୍ଦ ମହାପାତ୍ର, ପୁରୀରୁ ସୁନିଲ ମହାନ୍ତି, ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ,ଦିଗପହଣ୍ଡିରୁ ବିପ୍ଲବ ପାତ୍ର ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆମୁହଁ ଭାବେ ଟିକେଟ୍ ପାଇଛନ୍ତି ।