Sunstar Tv
7th pay commission: ନିକଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଯାହା ୨୦୨୪ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ। ଇତିମଧ୍ୟରେ କର୍ମଚାରୀଙ୍କ ପାଇଁ ଆଉ ଏକ ଗୁଡନ୍ୟୁଜ୍ ସାମ୍ନାକୁ ଆସିଛି।
ଆଜ୍ଞା ହଁ, କେନ୍ଦ୍ର ସରକାରୀ କର୍ମଚାରୀମାନେ ମାର୍ଚ୍ଚ ୩୦ରେ ଆଉ ଏକ ଖୁସି ଖବର ପାଇପାରନ୍ତି। ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀମାନେ ମାର୍ଚ୍ଚ ୩୦ରେ ସେମାନଙ୍କର ବର୍ଦ୍ଧିତ ବେତନ ଏବଂ ଦୁଇ ମାସର ବକେୟା ଟଙ୍କା ପାଇପାରିବେ।
ଚଳିତ ଆର୍ଥିକ ବର୍ଷର ୨୦୨୨-୨୩ର ଶେଷ ଦିନ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରବିବାର ଅର୍ଥାତ୍ ମାର୍ଚ୍ଚ ୩୧ ବ୍ୟାଙ୍କଗୁଡ଼ିକୁ ଖୋଲା ରହିବାକୁ କହିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।
କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଶିଳ୍ପ ଶ୍ରମିକମାନଙ୍କ ପାଇଁ ସର୍ବଶେଷ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଉପରେ ଆଧାରିତ। ସପ୍ତମ କେନ୍ଦ୍ରୀୟ ଦେୟ ଆୟୋଗର ସୁପାରିଶକୁ ଆଧାର କରି ଅନୁମୋଦିତ ସୂତ୍ର ଅନୁଯାୟୀ ଡିଏ ବୃଦ୍ଧି ଅନୁମୋଦନ କରାଯାଇଥିଲା।
ମହଙ୍ଗା ଭତ୍ତାର ବୃଦ୍ଧି ପରେ ଅନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ଏବଂ HRA ମଧ୍ୟ ବୃଦ୍ଧି କରାଯାଇଥିଲା। ଏହା ବ୍ୟତୀତ ଟ୍ରାଭେଲ ଭତ୍ତା (TA) ମଧ୍ୟ ବୃଦ୍ଧି ପାଇଛି।
କେଉଁ ଭତ୍ତା ବୃଦ୍ଧି ପାଇଛି-
କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସହିତ ୯ଟି ଭତ୍ତାରେ ବହୁତ ବୃଦ୍ଧି ଘଟିଛି। ଏହି କ୍ରମରେ ସାମିଲ ଅଛି ହାଉସ୍ ରେଣ୍ଟ ଆଲାଉନ୍ସ (HRA), ଚିଲଡ୍ରେନ୍ସ୍ ଏଜୁକେସନ୍ ଆଲାଉନ୍ସ (CAA), ଚାଇଲ୍ଡକେଚର୍ ସ୍ପେସାଲ ଆଲାଉନ୍ସ, ହଷ୍ଟେଲ ସବସିଡି, ଟ୍ରାନ୍ସଫରରେ TA (ବ୍ୟକ୍ତିଗତ ପ୍ରଭାବ ପରିବହନ), ଗ୍ରାଚ୍ୟୁଟି ସୀମା, ଡ୍ରେସ୍ ଆଲାଉନ୍ସ ନିଜ ପରିବହନ ପାଇଁ ମାଇଲେଜ୍ ଭତ୍ତା ଓ ଦୈନିକ ଭତ୍ତା।