SunstarTV
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଜନତା ପାର୍ଟି ରବିବାର ରେ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଦଳ ଏହା ଭିତରେ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ରାଜମାତା ଅମ୍ରିତା ରୟଙ୍କୁ ଟିକେଟ୍ ଦେଇଛି। ସେ ଟିଏମସି ନେତା ମହୁଆ ମୈତ୍ରୀ ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅମୃତା ରୟ ହେଉଛନ୍ତି କ୍ରିଷ୍ଣାନଗରର ରାଜବାରୀ (ରୟାଲ ପ୍ୟାଲେସ) ର ରାଣୀ ମାତା । ଗତ କିଛି ଦିନ ହେବ ତାଙ୍କ ପ୍ରାର୍ଥୀ ସମ୍ପର୍କରେ କଳ୍ପନାଜଳ୍ପନା କରାଯାଉଥିଲା। ଅମ୍ରିତା ରୟ ଚଳିତ ମାସ ମାର୍ଚ୍ଚରେ ବିଜେପିରେ ଯୋଗ ଦେଇଥିଲେ। ସେ ଶୁଭେନ୍ଦୁ ଆଧିକାରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।
ନିର୍ବାଚନ ବିଶେଷଜ୍ଞଙ୍କ ମତରେ ଅମୃତା ରୟଙ୍କ ପ୍ରାର୍ଥୀ ରାଜ୍ୟରେ ବିଜେପିକୁ ମଜବୁତ କରିବ । ବିଜେପି ସୂତ୍ର ଅନୁଯାୟୀ ଜିଲ୍ଲା ନେତୃତ୍ୱ ପ୍ରଥମେ ଅମୃତାଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ପରେ ଦଳ ତାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏଥି ସହିତ ଯେତେବେଳେ ଅମୃତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା ସେତେବେଳେ ସେ ରାଜି ହୋଇଥିଲେ।
ଗତ ଥର ମହୁଆ ଙ୍କ ହେଇଥିଲା ବିଜୟ :
ସୂଚନା ମୁତାବକ ଗତ ନିର୍ବାଚନରେ ଟିଏମସି ନେତା ମହୁଆ କ୍ରିଷ୍ଣାନଗର ଆସନରୁ ଜିତିଥିଲେ। ସେ ୬ଲକ୍ଷରୁ ଅଧିକ ଭୋଟ୍ ପାଇଥିବାବେଳେ ବିଜେପିର କଲ୍ୟାଣ ଚୌବେଙ୍କୁ ମୋଟ ୫ ଲକ୍ଷ ଭୋଟ୍ ମିଳିଥିଲା । ମହୁଆ ଏକ ବୃହତ୍ ବ୍ୟବଧାନରେ ଜିତିଥିଲେ । ତେବେ ନିକଟ ଅତୀତରେ ଟିଏମସି ଏଠାରେ ଦୁର୍ବଳ ହୋଇଯାଇଛି।
ବିଜେପି ଚାହୁଁଥିଲା ଏକ ପ୍ରଭାବଶାଳୀ ଚେହେରା
ବିଜେପି ସୂତ୍ର ଅନୁଯାୟୀ, ଭୋଟ୍ ବ୍ୟବଧାନ ବୃଦ୍ଧି ପାଇଁ ସ୍ଥାନୀୟ, ପ୍ରଭାବଶାଳୀ ତଥା ପରିଚିତ ଚେହେରା ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ଅମ୍ରିତା ରୟଙ୍କ ନାମାଙ୍କନ ଏହି ଅଞ୍ଚଳରେ ବିଜେପିକୁ ଶକ୍ତି ଦେବ। ଏଠାରେ ରାଜା କୃଷ୍ଣ ଚନ୍ଦ୍ର ଦେବ ବଙ୍ଗଳାରେ ବହୁତ ପ୍ରସିଦ୍ଧ। ସେ ଅଷ୍ଟାଦଶ ଶତାବ୍ଦୀରେ ତାଙ୍କର ଦୂରଦୃଷ୍ଟି ଶାସନ ପାଇଁ ସେ ବେଶ ଜଣାଶୁଣା। ତେଣୁ ଆଶା କରାଯାଉଛି ଏଥର ବିଜେପି ଏଠାରେ ଭଲ ପ୍ରଦର୍ଶନ କରି ପାରେ ।