SUNSTARTV
ଆଜି ହେଉଛି ପ୍ରେମର ପର୍ବ , ଆଜି ହେଉଛି ଖୁସିର ପର୍ବ ,ରାଗ ରୁଷ ମାନ ଅଭିମାନ ସବୁକୁ ଭୁଲି ଆଜି ସମସ୍ତେ ଏକ ହୋଇଯାଛନ୍ତି। ଭକ୍ତ ଠୁ ଭଗବାନ ସମସ୍ତେ ଆଜି ପୁଣି ଥରେ ଖୁସିର ରଙ୍ଗରେ, ପାର୍ବଣର ରଙ୍ଗରେ,ରଙ୍ଗେଇ ହୋଇଯାଇଛନ୍ତି । ଗାଁ ଠୁ ସହର ସବୁ ଆଜି ଉତ୍ସବ ମୁଖର | କାରଣ ଆଜି ପରା ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗେଇ ସଭିଏଁ ଦେଇଥାନ୍ତି ହୋଲିର ଶୁଭେଚ୍ଛା | ତେବେ ଏହି ପର୍ବରେ ରାଧା କୃଷ୍ଣଙ୍କର ଅନନ୍ୟ ଲୀଳା ଦେଖିଥାନ୍ତି ଶ୍ରଦ୍ଧାଳୁମାନେ । ଦୋଳ ବିମାନରେ ବସି ହୋଲି ଖେଳିଥାନ୍ତି ରାଧାକୃଷ୍ଣ । ସେଥିପାଇଁ ଏହି ପର୍ବର ଅନ୍ୟ ଏକ ନାଁ ହେଉଛି ଦୋଳ ଯାତ୍ରା । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି।
ଏହି ଦୋଳ ପୂର୍ଣ୍ଣିମା ଫଲ୍ଗୁନ ମାସର ଶୁକ୍ଲ ପକ୍ଷ ଦଶମୀ ତିଥିରେ ଆରମ୍ଭ ହେଇଥାଏ । ଏହାକୁ ଫଗୁ ଦଶମୀ ମଧ୍ୟ କୁହାଯାଏ । ଏହି ଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ବିଭିନ୍ନ ରଙ୍ଗ ବେରଙ୍ଗର ପର୍ବ ହେଉଛି ହୋଲି । ଏହି ହୋଲି ପର୍ବ ଭାଇଚାରାର ସମ୍ପର୍କକୁ ଦ୍ଵିଗୁଣ କରିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ବେଶ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥାନ୍ତି । ଆଖପାଖ ସମସ୍ତ ଗାଁ ରୁ ଦୋଳ ବିମାନ ଆସି ମେଳଣ ପଡ଼ିଆରେ ଏକତ୍ରିତ କରି ହୋଲି ପର୍ବ ମନାଯାଏ । ଦୋଳ ବେଦିରେ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଙ୍କୁ ଝୁଲଣ ରେ ଝୁଲାଇ ରଙ୍ଗ ଅବିର ଲଗାଯାଏ। ଶ୍ରୀମନ୍ଦିର ରେ ଏହାକୁ ବସନ୍ତ ଉତ୍ସବ ବୋଲି କୁହାଯାଇଥାଏ।
ତେବେ ମହା ମାରି କରୋନା ପାଇଁ ୨୦୧୯ ରୁ ୨୦୨୨ ପର୍ଯନ୍ତ ହୋଲି ପର୍ବ ବନ୍ଦ ଥିବା ବେଳେ ଗତ ବର୍ଷ ଏବଂ ଚଳିତ ବର୍ଷ ଖୁବ ଧୁମ ଧାମରେ ପାଳନ ହେଉଛି ରଙ୍ଗରର ପର୍ବ ହୋଲି | ଏଥିପାଇଁ ବଜାରରେ ଭଳି କି ଭଳି ରଙ୍ଗ ମିଳିବ ସହ ସୁଆଦିଆ ମିଠାର ଚାହିଦା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ବଜାରରେ ଏଥରକ ମେଡ ଇନ ଇଣ୍ଡିଆ ହୋଲି ରଙ୍ଗ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ହର୍ବାଲ ରଙ୍ଗ କିଣିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଗ୍ରାହକ । କିଛି ଯୁବ ବ୍ୟବସାୟୀ ଘରୋଇ ସାମଗ୍ରୀ ଇକୋ ଫ୍ରେଣ୍ଡଲି ରଙ୍ଗ ପ୍ରସ୍ତୁତ ବଜାରରେ ବିକ୍ରି ପାଇଁ ଆଗେଇ ଆସିଛନ୍ତି ।