SunstarTV
ସାମାଜିକ କାର୍ଯ୍ୟକର୍ତ୍ତା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ , ୨୧ ଦିନ ପରେ ତାଙ୍କ ଅନଶନ ଭଙ୍ଗ କରିଛନ୍ତି। ୨୧ଦିନ ଧରି ଲଦାଖ ପାଇଁ ରାଜ୍ୟସ୍ତରୀୟ ଦାବି କରି ଏହାକୁ ସମ୍ବିଧାନର ଷଷ୍ଠ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ଧର୍ମଘଟ କରୁଥିଲେ । ୨୧ଦିନ ସେ କେବଳ ଲୁଣ ପାଣିରେ ଦିନ ବିତାଉ ଥିଲେ। ଏହା ସହିତ ୱାଙ୍ଗଚୁକ୍ କହିଛନ୍ତି ଯେ ତାଙ୍କର ସଂଗ୍ରାମ ଜାରି ରହିବ।
ସୂଚନା ମୁତାବକ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ନିବେଦନ କରିଥିଲେ। ଏହି ସମୟରେ ଅଖିଳେଶ ଯାଦବ ସୋନମ ୱାଙ୍ଗଚୁକଙ୍କୁ ଟ୍ୱିଟ କରିଛନ୍ତି।
ଅଖିଳେଶ ଯାଦବ ଟୁଇଟ୍ କରି କହିଛନ୍ତି, ମାନବିକତା ହରାଇଥିବା ବିଜେପି କିପରି ଜଳ ଓ ଲୁଣ ସାହାଯ୍ୟରେ ଉପବାସର ମହତ୍ତ୍ୱ ବୁଝିବ? ଲୁଣର ଋଣକୁ କିପରି ପରିଶୋଧ କରିବେ ତାହା ମଧ୍ୟ ତାଙ୍କୁ ଜଣା ନାହିଁ । ଲଦାଖ ଏବଂ ଦେଶର ସୀମା ରକ୍ଷା ପାଇଁ ସଂଗ୍ରାମ ଜାରି ରହିବା ଶହ ଦେଶର ଲୋକମାନେ ସୋନମ ୱାଙ୍ଗଚୁକ୍ ଜିଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି । ଆମେ ତାଙ୍କୁ ‘ସମ୍ପୂର୍ଣ୍ଣ ସମର୍ଥନ’ ଦେଉଛୁ, ଏହା ତାଙ୍କ ଆନ୍ଦୋଳନକୁ ସଫଳ କରିବ।
କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଏହି ବିକ୍ଷୋଭ କରୁଥିଲେ। ଆଜି ସେ ତାଙ୍କ ଅନଶନ ଶେଷ କରିଥିଲେ ମଧ୍ୟ ଆଗକୁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।