Sunstar TV
ଭୁବନେଶ୍ୱର : ଆନନ୍ଦ ଉଲ୍ଲାସର ପର୍ବ ହୋଲି । ସମସ୍ତେ ଅଶାନ୍ତି ଓ ମନର ଦୁଃଖ ଭୁଲି ହୋଲି ଖେଳରେ ମଜ୍ଜିଯାଆନ୍ତି । ଭଲପାଇବାରେ ପୂର୍ଣ୍ଣ ଏହି ପର୍ବ ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାଇଚାରାର ପରିବେଶ ମଧ୍ୟରେ ପାଳନ କରାଯାଏ । ଏହି ଦିନରେ ବ୍ୟବହୃତ ଫଗୁ ରଙ୍ଗର ମଧ୍ୟ ବିଶେଷ ମହତ୍ୱ ରହିଛି । ନର ତ ନର ସ୍ୱୟଂ ନାରାୟଣଙ୍କୁ ଵି ଏହି ରଙ୍ଗ ପର୍ବରେ ଫଗୁ ଅର୍ପଣ କରାଯାଏ। ହିନ୍ଦୁ ଧର୍ମରେ ଅନେକ ଦେବାଦେବୀ ରହିଛନ୍ତି ଭିନ୍ନ ଦେବାଦେବୀଙ୍କ ଭିନ୍ନ ଭିନ୍ନ ପୂଜା ବିଦ୍ଧି ।
ଆସନ୍ତୁ ଜାଣିବା, କେଉଁ ଦେବାଦେବୀଙ୍କୁ କେଉଁ ରଙ୍ଗର ଫଗୁ ଅର୍ପଣ କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ?
ହଳଦିଆ ରଙ୍ଗ: ହଳଦିଆ ରଙ୍ଗ ହେଉଛି ଖୁସି ଓ ସମ୍ମାନର ପ୍ରତୀକ। ହୋଲି ଖେଳରେ ଏହି ରଙ୍ଗର ବ୍ୟବହାର ବହୁ ମାତ୍ରାରେ ହୋଇଥାଏ । ବିଦ୍ୟାଦାତ୍ରୀ ମା’ ସରସ୍ବତୀ ହୋଲି ଦିନ ମା’ ଙ୍କୁ ଶ୍ବେତ ବସ୍ତ୍ର ସହ ହଳଦିଆ ରଙ୍ଗ ଫଗୁ ଅର୍ପଣ କରନ୍ତୁ । ପ୍ରଭୁ ଶ୍ରୀ ବିଷ୍ଣୁ ଓ ଶ୍ରୀ କୃଷ୍ଣ ପିତ ବସ୍ତ୍ର ଧାରଣ କରିଥାନ୍ତି । ତେଣୁ ତାଙ୍କ ନିକଟରେ ମଧ୍ୟ ହଳଦିଆ ରଙ୍ଗ ଫଗୁ ଅର୍ପଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ ।
ନୀଳ ରଙ୍ଗ: ମାନ୍ୟତା ରହିଛି ଆନନ୍ଦର ପ୍ରତୀକ ନୀଳ । ଏହାର ବ୍ୟବହାର ଦ୍ୱାରା ସୁସମ୍ପର୍କ ବୃଦ୍ଧି ପାଇଥାଏ ଓ ଆନନ୍ଦ ଭରା ପରିବେଶ ସୃଷ୍ଟି ହୋଇଥାଏ । ଦେବ ଦେବ ମହାଦେବଙ୍କ ଅନ୍ୟନାମ ନୀଳକଣ୍ଠ ଏହି ପର୍ବରେ ଭଗବାନ ଶିବଙ୍କୁ ଭସ୍ମ ଲେପ କରିବା ସହ ନୀଳ ରଙ୍ଗ ଲଗାଇପାରିବେ। ଏଭଳି କରିବା ଦ୍ବାରା ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ ।
ନାଲି ରଙ୍ଗ: ବସନ୍ତ ଉତ୍ସବରେ ନାଲି ହେଉଛି ସବୁ ଠାରୁ ଅଧିକ ବ୍ୟବହୃତ ହେଉଥିବା ରଙ୍ଗ । ଏହି ରଙ୍ଗ ମହତ୍ତ୍ବାକାଂକ୍ଷା, ଉତ୍ତେଜନା, କ୍ରୋଧ, ପରାକ୍ରମ ଏବଂ ସାହସର ପ୍ରତୀକ ବୋଲି ମନାଯାଏ । ହିନ୍ଦୁ ଧର୍ମରେ ଏହି ରଙ୍ଗକୁ ଶୁଭ ମନାଯାଇ ଧାର୍ମିକ କାର୍ଯ୍ୟରେ ବହୁଳ ମାତ୍ରାରେ ନାଲି ରଙ୍ଗ ବ୍ୟବହାର ହୁଏ । ପ୍ରଭୁ ଶ୍ରୀ ଗଣେଶ, ମା’ ଦୁର୍ଗା, ଲକ୍ଷ୍ମୀ ଏବଂ ହନୁମାନଙ୍କ ପ୍ରିୟ ରଙ୍ଗ ନାଲି। ସେଥିପାଇଁ ହୋଲି ଉପଲକ୍ଷେ ଦେବୀଦେବତାଙ୍କୁ ନାଲି ବସ୍ତ୍ର ଓ ଫଗୁ ଅର୍ପଣ କରିବା ଦ୍ବାରା ସୁଭାଶିଷ ପ୍ରାପ୍ତି ହୁଏ।