SUNSTARTV
ସାଧାରଣ ନିର୍ବାଚନକୁ ନେଇ ଏବେ ଚଳଚଂଚଳ ରାଜ୍ୟ ଠୁ ଦେଶ। ବିଭିନ୍ନ ଚାହା ଖଟିରେ ଜମୁଛି ରାଜନୀତିର ଚର୍ଚ୍ଚା । କିଏ ୫ବର୍ଷ ପର୍ଯନ୍ତ ଧରିବ ଶାସନର ଡୋରି ତାକୁ ନେଇ ଦେଖାଦେଲାଣି ଭିନ୍ନ ଏକ ରାଜନୀତି । ଏହାରି ଭିତରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀ ତାଲିକା । ଯେଉଁଥିରେ ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତରପ୍ରଦେଶର ମିରିଟରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଛି ବିଜେପି ।ସେହିପରି ସେହିପରି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ପ୍ରାର୍ଥୀ କରାଯାଇଛି । ତେବେ ଅଭିନେତ୍ରୀ କଙ୍ଗନାଙ୍କୁ ବିଜେପିରୁ ଟିକେଟ ମିଳିବା ପରେ ଏବେ ତାଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ଅନୁଯାୟୀ,କଙ୍ଗନା ରାନାୱତ ୨୦୨୪ରେ ତାଙ୍କ ଜନ୍ମସ୍ଥାନ ମଣ୍ଡିରୁ ଲଢ଼ୀବାକୁ ଯାଉଛନ୍ତି ଲୋକସଭା ନିର୍ବାଚନ । ଏହାର ଅର୍ଥ ସେ ବର୍ତ୍ତମାନ ସରକାରୀ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏନେଇ ସେ ସୋସିଆଲ ଇନଷ୍ଟାଗ୍ରାମ କାହାଣୀରେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, ‘ମୋର ପ୍ରିୟ ଭାରତ ଏବଂ ମୋର ପ୍ରିୟ ଭାରତୀୟ ଜନତା ପାର୍ଟି। ମୁଁ ଏହି ପାର୍ଟିକୁ ପ୍ରତ୍ୟେକ ଦିଗରେ ସମର୍ଥନ କରିଛି । ବର୍ତ୍ତମାନ ବିଜେପିର ଜାତୀୟ ନେତୃତ୍ୱ ମୋତେ ଜନ୍ମସ୍ଥାନ ମଣ୍ଡିରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁଁ ହାଇ କମାଣ୍ଡକୁ ଧନ୍ୟବାଦ ଦେଉଛି ଏବଂ ଏହି ଦାୟିତ୍ବ ମଧ୍ୟ ପୂରଣ କରିବି । ମୁଁ ଆଶା କରୁଛି ଯେ ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଇବି ।
ଅନ୍ୟପକ୍ଷରେ, କଙ୍ଗନା ରାନାୱତର ଏକ ପୁରୁଣା ଟୁଇଟ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯାହାକି ୨୦୨୧ ମସିହାର ବୋଲି ଜଣାପଡିଛି । ଯେଉଁଥିରେ ନିର୍ଵାଚ ଲଢ଼ିବାକୁ ନେଇ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେହି ସମୟରେ ଜଣେ ଇଉଜର ତାଙ୍କ ପୋଷ୍ଟରେ ଦାବି କରିଥିଲେ ଯେ, ‘ବର୍ତ୍ତମାନ କଙ୍ଗନା ରାନାୱତ ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ।’ ଏହି ପୋଷ୍ଟର ଜବାବ ଦେଇ କଙ୍ଗନା ମଧ୍ୟ ଟ୍ୱିଟ୍ କରିଥିଲେ।
ଏହା ପରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ କଙ୍ଗନାଙ୍କ ଏକ ଟୁଇଟ ଖୁବ ଭାଇରଲ ହୋଇଥିଲା । ଯେଉଁଥିରେ ସେ କହିଥିଲେ ମୋତେ ଗ୍ୱାଲିଅର ବିକଳ୍ପ ଦିଆଯାଇଥିଲା, କିନ୍ତୁ ହିମାଚଳ ପ୍ରଦେଶର ଜନସଂଖ୍ୟା ପ୍ରାୟ ୬୦କି ୭୦ ଲକ୍ଷ, ହେବ । ଏହା ଛଡାଏହି ରାଜ୍ୟରେ ଦାରିଦ୍ର କିମ୍ବା ଅପରାଧ ନାହିଁ। ଯଦି ମୁଁ ରାଜନୀତିରେ ପ୍ରବେଶ କରେ, ତେବେ ମୁଁ ଚ୍ୟାଲେଞ୍ଜ ସହିତ ଏକ ରାଜ୍ୟ ଚାହୁଁଛି, ଯାହା ଉପରେ ମୁଁ କାମ କରି ରାଣୀ ହୋଇପାରିବି । ତୁମ ପରି ଛୋଟ ଲୋକମାନେ ଏହିପରି ବଡ ବଡ କଥା ବୁଝିପାରିବେ ନାହିଁ । ଯାହା ବର୍ତ୍ତମାନ ଭାଇରଲ ହେଉଛି । ତେବେ କଙ୍ଗନାଙ୍କ ଏହି ପୁରୁଣା ଟ୍ୱିଟ ରାଜନୀତିରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।